16.1 C
Bhubaneswar
Saturday, December 6, 2025
Homeଓଡିଶାମନୋଜ ମିଶ୍ର ବିଜେଡି ପ୍ରାର୍ଥୀ!

ମନୋଜ ମିଶ୍ର ବିଜେଡି ପ୍ରାର୍ଥୀ!

ଭୁବନେଶ୍ୱର: ମନୋଜ ମିଶ୍ର ହୋଇପାରନ୍ତି ବିଜେଡିର ନୂଆପଡା ପ୍ରାର୍ଥୀ । ଏନେଇ ଚୂଡାନ୍ତ ନିଷ୍ପତ୍ତି ହୋଇଥିବା ବେଳେ କେବଳ ଘୋଷଣା ବାକି ଥିବା ସୂଚନା ମିଳିଛି । ମନୋଜ ମିଶ୍ରଙ୍କ ନାଁରେ ମୋହର ବାଜିଥିବା ବି ଚର୍ଚ୍ଚା ହେଉଛି । ବିଜେଡିର ପୂର୍ବତନ ନୂଆପଡା ଜିଲ୍ଲା ସଭାପତି ହେଉଛନ୍ତି, ମନୋଜ ମିଶ୍ର । ୨୦୨୪ ସାଧାରଣ ନିର୍ବାଚନ ସମୟରେ ସେ ଜିଲ୍ଲା ସଭାପତି ଭାବେ ଦାୟିତ୍ୱ ତୁଲାଉଥିଲେ । ବର୍ତ୍ତମାନ ସେ ବିଜେଡିର ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ତୁଲାଉଛନ୍ତି । ପୂର୍ବରୁ କୋମନା ବ୍ଲକର ଦୁଇଥର ଅଧ୍ୟକ୍ଷ ହୋଇଥିଲେ ମନୋଜ । ଜୟ ଢୋଲକିଆ ଝଟକା ଦେବା ପରେ  ମନୋଜଙ୍କୁ ପ୍ରାର୍ଥୀ କରିପାରେ ବିଜେଡି । ଗତକାଲି ସେ ନବୀନ ନିବାସ ଯାଇ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିବା ନେଇ ସୂଚନା ମିଳିଛି । ସନ୍ଧ୍ୟା ସୁଦ୍ଧା ବିଜେଡି ପ୍ରାର୍ଥୀ ଘୋଷଣା କରିପାରେ ବୋଲି ଚର୍ଚ୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking