24.1 C
Bhubaneswar
Friday, March 7, 2025
Homeଓଡିଶା‘ଅଭିବୃଦ୍ଧି ଓ ‘ସର୍ବସମାବେଶୀ'ର ଗଣିତକୁ ନେଇ “ବିକାଶର ଖସଡ଼ା” ପ୍ରତିଫଳିତ ହୋଇଛି : ମନମୋହନ ସାମଲ

‘ଅଭିବୃଦ୍ଧି ଓ ‘ସର୍ବସମାବେଶୀ’ର ଗଣିତକୁ ନେଇ “ବିକାଶର ଖସଡ଼ା” ପ୍ରତିଫଳିତ ହୋଇଛି : ମନମୋହନ ସାମଲ

 ଅନ୍ତର୍ଭୁକ୍ତ ଓ ଦୂରଦୃଷ୍ଟିସଂପନ୍ନ ବଜେଟ ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀଥାରମଣଙ୍କୁ ଅଭିନନ୍ଦନ ଜଣାଇବା ସହିତ ରାଜ୍ୟବାସୀଙ୍କ ତରଫରୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ରାଜ୍ୟ ସଭାପତି
ଭୁବନେଶ୍ୱର:  ପ୍ରତ୍ୟେକ କ୍ଷେତ୍ରରେ ଆମ ଦେଶକୁ ଏକ ବିକଶିତ ଏବଂ ଶ୍ରେଷ୍ଠ ଭାରତ ଭାବେ ଗଢି ତୋଳିବା ପାଇଁ ମୋଦି ସରକାରଙ୍କ ଦୂରଦୃଷ୍ଟିର ବ୍ଲୁ-ପ୍ରିଂଟ ହେଉଛି କେନ୍ଦ୍ର ବଜେଟ-୨୦୨୫ । ୨୦୨୫–୨୬ ଆର୍ଥୀକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସିଥାରମଣଙ୍କ ଦ୍ୱାରା ଆଜି ଆଗତ ହୋଇଥିବା କେନ୍ଦ୍ର ବଜେଟ ସଂପୂର୍ଣ୍ଣ ଭାବେ ମଧ୍ୟବିତ, ଅନ୍ନଦାତା, ମହିଳା ଓ ଯୁବକଙ୍କ ଉନ୍ନତ ଜୀବନ ଧାରଣ ସହିତ ବିକଶିତ ଭାରତ ଆକାଂକ୍ଷ।।କୁ ଅତ୍ୟନ୍ତ ଚମତ୍କାର ଭାବେ ସନ୍ତୁଳିତ କରିଛି । ଏହା ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଆତ୍ମନିର୍ଭରଶୀଳ ଭାରତ ପାଇଁ ଏକ ଶେଷ୍ଠ ରୋଡମ୍ୟାପ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।

ଆୟକର ରିହାତି ସ୍ତରକୁ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିବା ଦ୍ୱାରା ମଧ୍ୟବିତ ବିଶେଷ ଭାବେ ଉପକୃତ ହେବେ । ଅନ୍ୟ ପକ୍ଷରେ ଏହା ଘରୋଇ ଉପଭୋକ୍ତା ବ୍ୟୟ ଏବଂ ନିବେଶ ବଢାଇ ଅର୍ଥନୈତିକ ଅଭିବୃଦ୍ଧିକୁ ସୁନିଶ୍ଚିତ କରିବ । ସେହିପରି ଏହି ବଜେଟରେ କୃଷକ, ଗରୀବ, ମଧ୍ୟବିତ ବର୍ଗ, ମହିଳା ଏବଂ ଶିଶୁଙ୍କ ଶିକ୍ଷା, ପୃଷ୍ଟିସାର ଏବଂ ସ୍ୱାସ୍ଥ୍ୟଠାରୁ ଆରମ୍ଭ କରି ଷ୍ଟାର୍ଟ ଅପ୍‌, ନବସୃଜନ ଏବଂ ନିବେଶ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରାଯାଇଛି । ବିଶେଷ ଭାବେ ‘ପର୍ଯ୍ୟଟନ’; ‘ଦେଶର ୧୦୦ ଜିଲ୍ଲା ପାଇଁ ଧନ ଧାନ୍ୟ କୃଷି ଯୋଜନା’; ‘କିଷାନ କ୍ରେଡିଟ ସୀମାକୁ ୩ ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି କରିବା’; ‘ଜନଜାତି ଓ ଦଳିତ ମହିଳାଙ୍କ ସକାଶେ ପାଂଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସ୍କିମ୍‌୍‍’; ‘ମହିଳା ଓ ଶିଶୁଙ୍କ ନିମନ୍ତେ ସକ୍ଷମ ଅଙ୍ଗନବାଡି ଏବଂ ପୋଷଣ ୨.୦ ଯୋଜନା’; ‘ସମସ୍ତ ମାଧ୍ୟମିକ ବିଦ୍ୟାଳୟକୁ ବ୍ରୋଡବ୍ୟାଣ୍ଡ ସଂଯୋଗ ଓ ଭିତିଭୂମି ବିକାଶ ସକାଶେ ରାଜ୍ୟମାନଙ୍କୁ ଏକ ଲକ୍ଷ କୋଟି ଟଙ୍କାର ସୁଧମୁକ୍ତ ଋଣ’ ଭଳି ଅନେକ ଯୋଜନାରୁ ଓଡ଼ିଶା ସର୍ବାଧିକ ଉପକୃତ ହେବ ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ।
ସଂକ୍ଷେପରେ କହିବାକୁ ଗଲେ ‘ଅଭିବୃଦ୍ଧ’ି ଓ ‘ସର୍ବସମାବେଶୀ\’ର ଗଣିତକୁ ନେଇ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶର ଖସଡ଼ା ଏହି ବଜେଟରେ ପ୍ରତିଫଳିତ ହୋଇଛି । ଏହି ଅନ୍ତର୍ଭୁକ୍ତ ଓ ଦୂରଦୃଷ୍ଟିସଂପନ୍ନ ବଜେଟ ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀଥାରମଣଙ୍କୁ ରାଜ୍ୟ ସଭାପତି ଶ୍ରୀ ସାମଲ ଅଭିନନ୍ଦନ ଜଣାଇବା ସହିତ ରାଜ୍ୟବାସୀଙ୍କ ତରଫରୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking