19.1 C
Bhubaneswar
Monday, December 8, 2025
Homeଓଡିଶାମନୀଶ୍ ଅଗ୍ରୱାଲ୍‌ଙ୍କୁ ହାଇକୋର୍ଟରେ ଆଶ୍ୱସ୍ତି

ମନୀଶ୍ ଅଗ୍ରୱାଲ୍‌ଙ୍କୁ ହାଇକୋର୍ଟରେ ଆଶ୍ୱସ୍ତି

କଟକ: ମାଲକାନଗିରିର ଜିଲ୍ଲାପାଳ ମନୀଶ୍ ଅଗ୍ରୱାଲ୍‌ଙ୍କ ବ୍ୟକ୍ତିଗତ ସହାୟକ (ପି.ଏ) ଦେବନାରାୟଣ ପଣ୍ଡାଙ୍କ ଆତ୍ମହତ୍ୟା ଅଭିଯୋଗ ଘଟଣାରେ ନିମ୍ନ ଅଦାଳତଙ୍କ ଜାମିନ ବିହୀନ ଗିରଫ ପରୱାନା ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି । ମାଲକାନଗିରି ଏସ୍‌ଡିଜେଏମ୍‌ଙ୍କ ଜାମିନ ବିହୀନ ଗିରଫ ପରୱାନା ଆଦେଶ ବିରୋଧରେ ଆଗତ ଆବେଦନର ଶୁଣାଣି କରି ହାଇକୋର୍ଟ ଏହି ଆଦେଶ ଦେଇଛନ୍ତି। ଉକ୍ତ ଘଟଣାରେ ମାଲକାନଗିରି ଏସ୍‌ଡିଜେଏମ୍ ତତ୍‌କାଳୀନ ଜିଲ୍ଲାପାଳ ମନୀଶ୍ ଅଗ୍ରୱାଲ୍ ଓ ଅନ୍ୟ ତିନି ଜଣଙ୍କୁ ହାଜର ହେବାକୁ ସମନ ଜାରି କରିଥିଲେ । ଅଦାଲତ ଦୁଇଦୁଇ ଥର ସମନ ଜାରି କରିବା ପରେ ମଧ୍ୟ ଶ୍ରୀ ଅଗ୍ରୱାଲ୍ କୋର୍ଟରେ ହାଜର ହୋଇନଥିଲେ । ଫଳରେ ଅଦାଲତ ଶ୍ରୀ ଅଗ୍ରୱାଲ୍‌ଙ୍କ ସମେତ ଅବସରପ୍ରାପ୍ତ ଓଆର୍‌ଏସ୍ ଅଧିକାରୀ ଭଗବାନ ପାଣିଗ୍ରାହୀ, ଡାଟା ଏଂଟ୍ରି ଅପରେଟର୍ ଭି. ବେଣୁ ଓ ଷ୍ଟେନୋ ପ୍ରକାଶ ଚନ୍ଦ୍ର ସ୍ୱାଇଁଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲେ । ତେବେ ନିମ୍ନ ଅଦାଲତଙ୍କ ଏହି ଜାମିନ ବିହୀନ ଗିରଫ ପରୱାନା ଆଦେଶ ବିରୋଧରେ ଶ୍ରୀ ଅଗ୍ରୱାଲ୍ ହାଇକୋର୍ଟରେ ଆବେଦନ କରିଥିଲେ । ପୂର୍ବରୁ ହାଇକୋର୍ଟ ଶ୍ରୀ ଅଗ୍ରୱାଲ୍‌ଙ୍କୁ ମଧ୍ୟ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking