19.1 C
Bhubaneswar
Tuesday, February 10, 2026
Homeଅପରାଧମଣିପୁର ହିଂସା: ପୁଣି ଲାଗିଲା କର୍ଫ୍ୟୁ, ୭ ଜିଲ୍ଲାରେ ଇଣ୍ଟରନେଟ୍ ବନ୍ଦ

ମଣିପୁର ହିଂସା: ପୁଣି ଲାଗିଲା କର୍ଫ୍ୟୁ, ୭ ଜିଲ୍ଲାରେ ଇଣ୍ଟରନେଟ୍ ବନ୍ଦ

ଇମ୍ଫାଲ : ମଣିପୁରର ଜିରିବାମ ଜିଲ୍ଲାରେ ମୈତେଇ ଗୋଷ୍ଠୀର ୬ଜଣଙ୍କୁ (୩ ମହିଳା ଓ ୩ ଶିଶୁ) ହତ୍ୟା କରାଯାଇଛି। ଏହାକୁ ନେଇ ଉତ୍ତେଜନା ଚରମସ୍ତରରେ ରହିଥିବା ବେଳେ ମୈତେଇ ଗୋଷ୍ଠୀ ପ୍ରତିଶୋଧ ପରାୟଣ ହୋଇପଡିଛନ୍ତି। କୁକି ଗୋଷ୍ଠୀଙ୍କ ଉପରେ ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ଏମାନେ ଏବେ ରକ୍ତପିପାସୁ ହୋଇପଡିଥିବା ଭଳି ପ୍ରତୀତ ହେଉଛି। ରିପୋର୍ଟ ଅନୁସାରେ ମୈତେଇ ଗୋଷ୍ଠୀ ପକ୍ଷରୁ ଆଜି ରାଜ୍ୟ ସରକାରଙ୍କ ୨ ମନ୍ତ୍ରୀ ଏବଂ ବିଧାୟକଙ୍କ ବାସଭବନ ଉପରେ ଆକ୍ରମଣ କରାଯାଇଛି। ମୈତେଇ ଗୋଷ୍ଠୀର ଅନେକ ସଶସ୍ତ୍ର ଲୋକ ଏହି ରାଜନେତାମାନଙ୍କ ଘରେ ଅବାଧ ପ୍ରବେଶ କରିଥିଲେ। ବିଧାୟକଙ୍କ ଘରେ ଆକ୍ରମଣ ହେତୁ ଇମ୍ଫାଲ ପଶ୍ଚିମ ପ୍ରଶାସନକୁ ଜିଲାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ନିଷେଧାଦେଶ ଲାଗୁ କରିବାକୁ ପଡିଲା। ଅଧିକାରୀମାନେ ଇମ୍ଫାଲ ପଶ୍ଚିମ, ପୂର୍ବ, ବିଷ୍ଣୁପୁର, ଥୋବାଲ, କାଚିଙ୍ଗ, କାଙ୍ଗପୋକପି ଏବଂ ଚୁରାଚାନ୍ଦପୁରରେ ଦୁଇ ଦିନ ପାଇଁ ଇଣ୍ଟରନେଟ ଏବଂ ମୋବାଇଲ ଡାଟା ସେବାକୁ ସ୍ଥଗିତ ରଖିଛନ୍ତି। ଏସବୁ ମଧ୍ୟରେ ଉତ୍ତେଜନାପ୍ରବଣ ଅଞ୍ଚଳଗୁଡ଼ିକରେ ଆଜି ପୁଣିଥରେ କର୍ଫ୍ୟୁ ଲାଗୁ କରାଯାଇଛି। ସେହିପରି ୭ଜିଲ୍ଲାରେ ଇଣ୍ଟରନେଟ୍ ସେବାକୁ ମଧ୍ୟ ବନ୍ଦ କରିଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking