ମଣିପୁର: ଆଜି ସକାଳେ ରାଜ ଭବନଠାରୁ ୧୦୦ ମିଟର ଦୂରରେ ଅବସ୍ଥିତ ଜିପି ମହିଳା ମହାବିଦ୍ୟାଳୟର ଫାଟକରେ ଏକ ହ୍ୟାଣ୍ଡ ଗ୍ରେନେଡ(ବୋମା ) ମିଳିଥିବା ପୋଲିସ କହିଛି । ଏହି ଘଟଣା ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିବା ସୂଚନା ମିଳିଛି । ଗ୍ରେନେଡ ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଏହି ଅଞ୍ଚଳକୁ କର୍ଡନ କରି ଏହାକୁ ହଟାଇବା ପାଇଁ କାର୍ଯ୍ୟ ଜାରି ରଖିଥିବାବେଳେ , ଏହି କଲେଜ ରାଜ ଭବନ ଠାରୁ ୧୦୦ ମିଟରରୁ କମ୍ ଏବଂ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଠାରୁ ୩୦୦ ମିଟର ଦୂରରେ ଅବସ୍ଥିତ ରହିଥିବା ନେଇ ସୂଚନା ଅଛି ।