27.1 C
Bhubaneswar
Sunday, May 25, 2025
Homeଓଡିଶାଏପ୍ରିଲରୁ ସ୍କୁଲ ପିଲାଙ୍କୁ ମିଳିବ ମାଣ୍ଡିଆ ଲଡୁ

ଏପ୍ରିଲରୁ ସ୍କୁଲ ପିଲାଙ୍କୁ ମିଳିବ ମାଣ୍ଡିଆ ଲଡୁ

ଭୁବନେଶ୍ୱର: ଏପ୍ରିଲରୁ ସ୍କୁଲ ପିଲାଙ୍କୁ ମିଳିବ ମାଣ୍ଡିଆ ଲଡୁ । ପିଏମ ପୋଷଣ ଯୋଜନା ମାଧ୍ୟମରେ ପ୍ରଥମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପୋଷକ ତତ୍ତ୍ବ ଥିବା ମାଣ୍ଡିଆ ଲଡୁ ପ୍ରଦାନ କରାଯିବ । ଏପ୍ରିଲ ପହିଲାରୁ ସପ୍ତାହର ୩ ଦିନ ଅର୍ଥାତ୍‌ ସୋମବାର,  ମଙ୍ଗଳବାର ଓ ଗୁରୁବାର ଏହି ପୁଷ୍ଟିକର ଲଡୁ ପ୍ରଦାନ କରାଯିବ । ଗୋଟିଏ ଲଡୁ ପିଛା ୩ ଟଙ୍କା ୫୦ ପଇସା ଖର୍ଚ୍ଚ ହେବ । ସେଥିରୁ ସାମଗ୍ରୀ ବାବଦରେ ୩ଟଙ୍କା ୨୪ ଏବଂ ପ୍ରସ୍ତୁତି ପାଇଁ ୨୬ ପଇସା ଦିଆଯିବ । ମାଣ୍ଡିଆ ଚୁନା, ଗୁଡ଼, ଚିନାବାଦାମ, ଘିଅ, ଅଳେଇଚ, ରାଶି ଓ ଗୁଜୁରାତିରେ ଏହି ଲଡୁ ପ୍ରସ୍ତୁତ ହେବ । ପିଏମ ପୋଷଣା ଯୋଜନା ଅଧିନରେ ଆସୁଥିବା ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଏହା ଲାଗୁ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking