ଖରିଫ ଧାନ କିଣା ଆରମ୍ଭରୁ ମଣ୍ଡି ଅବ୍ୟବସ୍ଥା । ମିଲର୍ସ ଓ ସରକାରଙ୍କ ମଧ୍ୟରେ ତୁଟୁନି ବିବାଦ । ଆଜିଠୁ ଆନ୍ଦୋଳନ କରିବେ ମିଲର୍ସ । ମଣ୍ଡିରୁ ଧାନ ଉଠାଇବେ ନାହିଁ । ଦାବି ପୂରଣ ନ ହେବା ଯାଏଁ ଆନ୍ଦୋଳନ ଚାଲିବ ବୋଲି ରାଜ୍ୟ ମିଲର ସଂଘ ସଭାପତି ମହେଶ ବଂଶଲ କହିଛନ୍ତି । ଗତକାଲି ଏହାକୁ ନେଇ ବିଭାଗୀୟ ମନ୍ତ୍ରୀ ଓ ମିଲର୍ସ ସଂଘ ମଧ୍ୟରେ ଆଲୋଚନା ହୋଇଥିଲା । କିନ୍ତୁ ତାହା ବିଫଳ ହୋଇଥିଲା । ଫଳରେ ରାଜ୍ୟରେ ଧାନ କିଣାକୁ ନେଇ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି । ଏ ବର୍ଷ ଆରମ୍ଭରୁ ଏହି ବିବାଦ ଦେଖାଦେଇଥିଲା । ସରକାର କିନ୍ତୁ ଏହାର ସ୍ଥାୟୀ ସମାଧାନ କଲେ ନାହିଁ ।ଏବେ ପରିସ୍ଥିତି ଏପରି ହେଲା ଯେ, ଧାନ କିଣା ମଝିରେ ମିଲର୍ସ ଧାନ ଉଠାଇବା ବନ୍ଦ କରିଦେଲେ ।









