21.1 C
Bhubaneswar
Friday, December 19, 2025
Homeଓଡିଶାମଣ୍ଡି ଅବ୍ୟବସ୍ଥା: ଆଜି ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ

ମଣ୍ଡି ଅବ୍ୟବସ୍ଥା: ଆଜି ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ

ସମ୍ବଲପୁର: ଆଜି ସମ୍ବଲପୁର ବନ୍ଦ । ଜିଲ୍ଲାର ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ସମ୍ବଲପୁର ବନ୍ଦ ଡାକରା ଦେଇଛି ଚାଷୀ ସଂଗଠନ । ସରକାରଙ୍କୁ ଅଧିକାର ମାଗି ନୟାନ୍ତ ହୋଇଗଲେଣି ଅନ୍ନଦାତ।। ମଣ୍ଡିରେ ଅବ୍ୟବସ୍ଥା ସମସ୍ୟାର ସମାଧାନ ହୋଇପାରିଲା ନାହିଁ । ଏଣୁ ଚାଷୀଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ଆଜି ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ ଡାକରା ଦେଇଛି ସମ୍ବଲପୁର କୃଷକ ସୁରକ୍ଷା ସଂଗଠନ । ଏହି ବନ୍ଦ ପାଳନକୁ ସମର୍ଥ କରିବାକୁ ଗତକାଲି ଶହଶହ ଚାଷୀ ବାଇକ ରାଲି କରି ସହର ପରିକ୍ରମା କରିଥିଲେ । ସକାଳ ୬ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ଯାଏଁ ଚାଲିବ ଏହି ବନ୍ଦ ପାଳନ । ଦୋକାନ ବଜାର ବନ୍ଦ ସହ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ସ୍କୁଲ କଲେଜ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି କୃଷକ ସୁରକ୍ଷା ସଂଗଠନ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking