17.1 C
Bhubaneswar
Saturday, December 28, 2024
Homeଓଡିଶାପ୍ରତି ଜିଲ୍ଲାରେ ଖୋଲିବ ପରିବା ମଣ୍ଡି

ପ୍ରତି ଜିଲ୍ଲାରେ ଖୋଲିବ ପରିବା ମଣ୍ଡି

ଭୁବନେଶ୍ୱର : ହୁ ହୁ କି ବଢିଚାଲିଛି ଦରଦାମ । ଯାହାର ସିଧା ପ୍ରଭାବ ଲୋକଙ୍କ ହାଣ୍ଡିଶାଳ ଓ ପକେଟ ଉପରେ ପଡ଼ୁଛି । ତେବେ ଦରଦାମ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି । ଏଣିକି ଜିଲ୍ଲାରେ ପରିବା ମଣ୍ଡି ଖୋଲାଯିବ । ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଏଥିସହ ଖୁବଶୀଘ୍ର ଏନେଇ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହେବ ବୋଲି ସେ କହିଛନ୍ତି । ସେ ନିଜ ପ୍ରତିକ୍ରୟା ଦେଇ କହିଛନ୍ତି ଯେ କଟକ ଓ ଭୁବନେଶ୍ୱର ସମେତ ରାଜ୍ୟର ସବୁ ଜିଲ୍ଲାରେ ଖୁବଶୀଘ୍ର ପରିବା ମଣ୍ଡି ଖୋଲାଯିବ । କୃଷକମାନେ ନିଜ ନିଜର ଉତ୍ପାଦିତ ସାମଗ୍ରୀ ଉକ୍ତ ମଣ୍ଡିକୁ ଆଣିବେ । ସେଇଠୁ ହିଁ ବିକ୍ରି ହେବ । ମଣ୍ଡି ହେଲେ ମିଡିଲ ମ୍ୟାନଙ୍କ ପ୍ରାଦୁର୍ଭାବ କମିବା ସହ ଦର ମଧ୍ୟ ନିୟନ୍ତ୍ରଣରେ ରହିବ । ଏନେଇ ଶୀଘ୍ର କୃଷି, ସମବାୟ ଓ ଖାଉଟି ବିଭାଗର ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହେବ । ୧୩୭ରୁ ୨୦୦ ଲକ୍ଷ ଟନ ଉପôାଦନ ନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହେବ । ଅଧିକ ଆଳୁ ଓ ପିଆଜ ଉତ୍ପାଦିତ ଉପରେ ଗୁରୁତ୍ୱ ଦିଆଯିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking