23.1 C
Bhubaneswar
Sunday, February 8, 2026
Homeଓଡିଶାକଟକ କେନ୍ଦ୍ର ସମବାୟ ବ୍ୟାଙ୍କ୍‌ରେ ପରିଚାଳକଙ୍କ ମନମାନୀ ଅଭିଯୋଗ

କଟକ କେନ୍ଦ୍ର ସମବାୟ ବ୍ୟାଙ୍କ୍‌ରେ ପରିଚାଳକଙ୍କ ମନମାନୀ ଅଭିଯୋଗ

ରାଜନଗର: ରାଜନଗର ବ୍ଲକ୍‌ରେ ଥିବା କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖାରେ ଗ୍ରାହକମାନଙ୍କୁ ହିନସ୍ତା ହେବାକୁ ପଡୁଥିବା ଅଭିଯୋଗ ହୋଇଛି। ଗତ ଖରିଫ ଋତୁରେ ଧାନ ବିକିଥିବା ଚାଷୀମାନଙ୍କ ଟଙ୍କା ଏହି ଶାଖାକୁ ଆସିଥିଲା। ମାତ୍ର ଚାଷୀମାନେ ବାରମ୍ବାର ବ୍ୟାଙ୍କକୁ ଟଙ୍କା ଉଠାଇବାକୁ ଆସୁଥିଲେ ମଧ୍ୟ ଟଙ୍କା ନଥିବା କହି ଫେରାଇ ଦେଉଥିବା ନେଇ ଚାଷୀମାନେ ଅଭିଯୋଗ କରିଛନ୍ତି । ଏହି ବ୍ଲକ ସାନବଡଗୋପାଳପୁର ପଞ୍ଚାୟତ ବଡଓଲରା ଗ୍ରାମର ବିଶ୍ୱନାଥ ସ୍ୱାଇଁ କୁହନ୍ତି ସାତମାସରୁ ଉର୍ଦ୍ଧ୍ୱ ହେଲାଣି ମୁଁ ଧାନ ଦେଇସାରିଛି । ମୋତେ ବ୍ୟାଙ୍କରୁ ଟଙ୍କା ମିଳୁନି । ଆଉ ଦୁଇମାସ ପରେ ଧାନମଣ୍ଡି ଖୋଲିବ। ଗତ ଧାନମଣ୍ଡିରେ ଦେଇଥିବା ଧାନ ବିକ୍ରିର ଟଙ୍କା ପାଇଁ ବାରମ୍ବାର ବ୍ୟାଙ୍କକୁ ଦୌଡିଥିଲେ ମଧ୍ୟ ବ୍ୟାଙ୍କ ପରିଚାଳକ ଶୁଣିବାକୁ ନାରାଜ। ନିରାଶ ହୋଇ ଫେରିବାକୁ ପଡୁଛି ।

ସେହିପରି ଏହି ପଞ୍ଚାୟତ ନୁରୁଗାଁର ନିମାଇଁ ବାରିକ, ଯୋଗେନ୍ଦ୍ର ସାହୁ, ବାସୁଦେବ ସାହୁ, ଜଗନ୍ନାଥପୁର ଗ୍ରାମର ଅଛୁତାନନ୍ଦ ବଳ, ଭାଟପଡା ଗ୍ରାମର ମହେନ୍ଦ୍ରକୁମାର ସେଠୀଙ୍କ ପରି ଶତାଧିକ ଚାଷୀ ଗତ ଧାନମଣ୍ଡିରେ ଧାନ ଦେଇ ଟଙ୍କା ପାଇନଥିବାରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶପାଇଛି। ଏହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଆନ୍ଦୋଳନ ଦାନା ବାନ୍ଧୁଛି। ଅପରପକ୍ଷରେ ସମବାୟ ସମିତି ଜରିଆରେ ୨୦୨୪ ମସିହା ଋଣ ସୁଝି ଖରିଫ ଋତୁରେ ଚାଷ କାର୍ଯ୍ୟ ପାଇଁ ଋଣ କରିଥିଲେ ମଧ୍ୟ ୨୦୨୫ ମସିହା ଖରିଫ ଋତୁ ଶେଷ ହୋଇଯାଇ ଥିଲେ ମଧ୍ୟ ଏଯାବତ୍ ଚାଷୀମାନେ ଋଣ ଟଙ୍କା ପାଇନଥିବା ଅଭିଯୋଗ ହେ।।ଇଛି। ବ୍ୟାଙ୍କରୁ ଟଙ୍କା ନପାଇ ଚାଷୀମାନେ ନିରାଶ ହୋଇ ଫେରୁଥିବା ବେଳେ ପରିଚାଳକ ଏହାକୁ କର୍ଣ୍ଣପାତ କରୁନଥିବା ନେଇ ମନୋରଞ୍ଜନ ବାରିକ, ସନାତନ ବାରିକ, ଭାବଗ୍ରାହୀ ବିଶ୍ୱାଳ, ମଙ୍ଗୁଳିଚରଣ ପ୍ରଧାନ, ବିଶ୍ୱନାଥ ରାଉତରାୟ, ବାଇଧର ପ୍ରଧାନ ଓ ସଚ୍ଚିକାନ୍ତ ରାଉରାୟ ପ୍ରମୁଖ ଅଭିଯୋଗ କରିଛନ୍ତି । ଏସମ୍ପର୍କରେ ଶାଖା ପରିଚାଳକ ବିଶ୍ୱପ୍ରକାଶ ସାମଲଙ୍କ ମତାମତ ପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇନଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking