30.1 C
Bhubaneswar
Saturday, March 21, 2026
Homeଅପରାଧଜେଲରୁ ଆସି ୭୦ ବର୍ଷୀୟା ବୃଦ୍ଧାଙ୍କୁ ଦୁଷ୍କର୍ମ କଲା ଯୁବକ

ଜେଲରୁ ଆସି ୭୦ ବର୍ଷୀୟା ବୃଦ୍ଧାଙ୍କୁ ଦୁଷ୍କର୍ମ କଲା ଯୁବକ

ଗାନ୍ଧୀନଗର: ଗୁଜୁରାଟର ଭରୁଚ ଜିଲ୍ଲାରେ ଜଣେ ୭୦ ବର୍ଷୀୟା ବୃଦ୍ଧାଙ୍କୁ ଜଣେ ବ୍ୟକ୍ତି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଦୁଷ୍କର୍ମ ଅଭିଯୋଗରେ ଜେଲ ଯାଇଥିବା ଶିକାରୀ ଯେତେବେଳେ ଜାମିନରେ ବାହାରିଲା, ସେ ପୁଣି ସେହି ବୃଦ୍ଧା ମହିଳାଙ୍କୁ କାମନାର ଶିକାର କଲା। ଅଭିଯୁକ୍ତ ଶୈଳେଶ ରାଠୋର ଡିସେମ୍ବର ୧୫ ଓ ୨୨ ତାରିଖରେ କ୍ଷେତରେ ଥିବା ମହିଳାଙ୍କ କୁଡ଼ିଆରେ ଏହି ଜଘନ୍ୟ କାଣ୍ଡ ଘଟାଇଥିବା ପୁଲିସ ଅଧିକାରୀ ପିଏଲ୍ ଚୌଧୁରୀ କହିଛନ୍ତି। ଅଭିଯୁକ୍ତମାନେ ମହିଳାଙ୍କୁ ଧମକ ମଧ୍ୟ ଦେଇଥିଲେ ଯେ ଯଦି ସେ ଏହି ବିଷୟରେ ପ୍ରକାଶ କରନ୍ତି ତେବେ ସେ ଭୟଙ୍କର ପରିଣାମ ଭୋଗିବେ। ମହିଳାଙ୍କ ଅଭିଯୋଗ ପରେ ପୁଲିସ ଆମୋଦ ଥାନାରେ ଏକ ନୂଆ ମାମଲା ରୁଜୁ କରିଛି। ଘଟଣା ପରଠାରୁ ଅଭିଯୁକ୍ତ ଫେରାର ରହିଛି। ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୁଲିସ କ୍ରାଇମବ୍ରାଞ୍ଚ ଓ ସ୍ପେଶାଲ ଅପରେସନ୍ ଗ୍ରୁପର ଏକାଧିକ ଟିମ୍ ଗଠନ କରିଛି। ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତକୁ ୧୮ ମାସ ତଳେ ଗିରଫ କରାଯାଇଥିଲା। ଚଳିତ ବର୍ଷ ପ୍ରାରମ୍ଭରେ ସେ ଜାମିନରେ ମୁକୁଳିଥିଲେ।

ଏହି ଘଟଣା ସମଗ୍ର ଭରୁଚକୁ ଦୋହଲାଇ ଦେଇଛି। ଗୁଜରାଟର ଭରୁଚରେ ବଢୁଥିବା ଦୁଷ୍କର୍ମ ଅପରାଧକୁ ନେଇ ଚର୍ଚ୍ଚାରେ ରହିଛି। ଏହା ପୂର୍ବରୁ ଜଣେ ୧୦ ବର୍ଷୀୟା ନିରୀହ ନାବାଳିକାଦୁଷ୍କର୍ମର ଶିକାର ହେବା ସହ ତା’ର ପ୍ରାଇଭେଟ୍ ପାର୍ଟରେ ରଡ୍ ଭର୍ତ୍ତି କରାଯାଇଥିଲା। ଘଟଣାର କିଛି ଦିନ ପରେ ଶିଶୁଟିର ମୃତ୍ୟୁ ଘଟିଥିଲା। ଭରୁଚରେ ହୋଇଥିବା ଯୌନ ନିର୍ଯାତନାରେ ନାବାଳିକା ଜଣକ ଗୁରୁତର ଆହତ ହୋଇଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭରୁଚ ଜିଲ୍ଲାର ଏକ ଶିଳ୍ପ ସହର ଅଙ୍କଲେଶ୍ୱରର ସିଭିଲ ହସ୍ପିଟାଲରୁ ଭଦୋଦରାର ଏସଏସଜି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ହସ୍ପିଟାଲର ରେସିଡେଣ୍ଟ ମେଡିକାଲ ଅଫିସର (ଆରଏମଓ) ଡାକ୍ତର ହିତେନ୍ଦ୍ର ଚୌହାନ କହିଛନ୍ତି, “ଅପରାହ୍ନ ପ୍ରାୟ ୨ଟା ବେଳେ ନାବାଳିକାଙ୍କୁ ହୃଦଘାତ ହୋଇଥିଲା। ଚିକିତ୍ସା ପରେ ରୋଗୀଙ୍କୁ ସ୍ଥିର କରାଯାଇଥିଲା, କିନ୍ତୁ ସନ୍ଧ୍ୟା ପ୍ରାୟ ୫ଟା ୧୫ରେ ତାଙ୍କୁ ପୁଣି ଥରେ ହୃଦଘାତ ହୋଇଥିଲା। ସନ୍ଧ୍ୟା ୬ଟା ୧୫ମିନିଟରେ ଶିଶୁଟିର ମୃତ୍ୟୁ ଘଟିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking