24.1 C
Bhubaneswar
Friday, March 20, 2026
Homeଅପରାଧସ୍ତ୍ରୀକୁ ନିଜେ ମାରି କାନ୍ଦି ଗଡୁଥିଲା ସ୍ବାମୀ

ସ୍ତ୍ରୀକୁ ନିଜେ ମାରି କାନ୍ଦି ଗଡୁଥିଲା ସ୍ବାମୀ

କୋରାପୁଟ : ସ୍ତ୍ରୀ ମର୍ଡର ପ୍ଲଟ ପଛରେ ସ୍ବାମୀ । କୋରାପୁଟ ଜିଲ୍ଲା ନନ୍ଦପୁରରେ ସ୍ବାମୀକୁ ଗଛରେ ବାନ୍ଧି ପତ୍ନୀକୁ ହତ୍ୟା ଘଟଣାର ପର୍ଦ୍ଦାଫାସ କଲା ପୋଲିସ । ପାରିବାରିକ କଳହକୁ କେନ୍ଦ୍ର କରି ପତ୍ନୀଙ୍କୁ ହତ୍ୟା କରି ନାଟକ ରଚିଥିଲା ସଇତାନ ସ୍ବାମୀ ମହେନ୍ଦ୍ର ଖରା । ୮ ଦିନ ପୂର୍ବରୁ ସ୍ତ୍ରୀକୁ ହତ୍ୟା ପାଇଁ ମୁଖ୍ୟ ଅଭିଯୁକ୍ତ ମହେନ୍ଦ୍ର ଯୋଜନା କରିଥିଲା ବୋଲି ପୋଲିସ ନିକଟରେ ସ୍ବୀକାର କରିଛି । ଏହି ମାମଲାରେ ଅଭିଯୁକ୍ତ ସ୍ବାମୀ ମହେନ୍ଦ୍ର ଓ ତାର ଦୁଇ ସହଯୋଗୀଙ୍କୁ ପୋଲିସ ଗିରଫ କରିଛି । ଅଭିଯୋଗ ଅନୁଯାୟୀ, ନନ୍ଦପୁର ଥାନା କୁମାରଗନ୍ଧନା ହରିଆମୁଣ୍ଡା ଗାଁର ହରିଆ ମୁଣ୍ଡା ଗାଁର ମହେନ୍ଦ୍ର ଖରା ଓ ସ୍ତ୍ରୀ ସାବି ଖରା ଆଧାର କାର୍ଡ ଅପଡେଟ କରି ଘରକୁ ଫେରୁଥିବା ବେଳେ କିଛି ଦୃର୍ବୃତ୍ତ ଆକ୍ରମଣ କରିଥିଲେ ବୋଲି କହିଥିଲା ସୈତାନ ସ୍ବାମୀ। ଦୃର୍ବୃତ୍ତମାନେ ମହେନ୍ଦ୍ରଙ୍କୁ ଏକ ଗଛରେ ବାନ୍ଧି ସ୍ତ୍ରୀ ସାବିଙ୍କୁ ହତ୍ୟାକରି ସମସ୍ତ ସୁନା ଗହଣା ଲୁଟି ଫେରାର ହୋଇ ଯାଇଥିବା ଅଭିଯୋଗ କରିଥିଲା । ଘଟଣା ସମ୍ପର୍କରେ ନନ୍ଦପୁର ଥାନା ପୋଲିସ ଖବର ଦିଆଯାଇଥିଲା । ତେବେ ପୋଲିସ ତଦନ୍ତ ବେଳେ ସ୍ବାମୀ ହିଁ ପତ୍ନୀ ମର୍ଡର ପ୍ଲଟ କରିଥିଲା ବୋଲି ଜଣାପଡ଼ିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking