27.1 C
Bhubaneswar
Sunday, March 15, 2026
Homeଦେଶ ବିଦେଶସ୍ତ୍ରୀ ଓ ପୁଅକୁ ହତ୍ୟା କରି ଝୁଲିପଡିଲା ସ୍ୱାମୀ

ସ୍ତ୍ରୀ ଓ ପୁଅକୁ ହତ୍ୟା କରି ଝୁଲିପଡିଲା ସ୍ୱାମୀ

ପଶ୍ଚିମବଙ୍ଗ: ସ୍ତ୍ରୀ ଓ ପୁଅକୁ ହତ୍ୟା କରିବା ପରେ ଆତ୍ମହତ୍ୟା କଲା ସ୍ୱାମୀ । ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲା ବେଲଡାଙ୍ଗା ଥାନା ଆଣ୍ଡିରନ ହାଲଦାରପଡାରେ ଘଟିଛି ଏଭଳି ଘଟଣା । ସଞ୍ଜିତ ହାଲଦାର ତାଙ୍କ ଘରେ ସ୍ତ୍ରୀ ଏବଂ ପୁଅର ଗଳା କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ତା’ପରେ ସେ ସିଲିଂ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛନ୍ତି । ସକାଳେ ସଞ୍ଜିତ ହାଲଦାରଙ୍କ ମାଆ ବାଥରୁମକୁ ଯାଇ ତାଙ୍କ ପୁଅକୁ ଝୁଲୁଥିବାର ଦେଖିଥିଲେ । ସେ ଶୀଘ୍ର ପଡ଼ୋଶୀମାନଙ୍କୁ ଡାକିବା ପରେ ପଡ଼ୋଶୀମାନେ କବାଟ ଖୋଲିଥିଲେ । ପରେ ସ୍ତ୍ରୀ ଓ ପୁଅର ଗଳାକଟା ମୃତଦେହ ଉଦ୍ଧାର କରାଯାଇଛି । ବେଲଡାଙ୍ଗା ଥାନା ପୋଲିସ ମୃତଦେହ ଉଦ୍ଧାର କରି ତଦନ୍ତ କରୁଛନ୍ତି । ଘଟଣାରେ ଅନ୍ୟ କୌଣସି କାରଣ ଜଡିତ ଅଛି କି ନାହିଁ ତାହା ବେଲଡାଙ୍ଗା ଥାନାର ପୁଲିସ ତଦନ୍ତ କରୁଛି। ତେବେ, ସଞ୍ଜିତ ହାଲଦାରଙ୍କ ମାଆ କହିଛନ୍ତି ଯେ ସଞ୍ଜିତ ହାଲଦାରଙ୍କ ସ୍ତ୍ରୀ କାରଣରୁ ଏହି ଘଟଣା ଘଟିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking