ଦେବଗଡ଼: ଘର ଛାତ ଉପରେ ଲୁହା ଓ୍ୱେଲଙ୍ଗିଂ କାମ କରୁଥିବା ବେଳେ ଘଟିଲା ଅଘଟଣ । ବିଦ୍ୟୁତ ଆଘାତରେ ଓ୍ୱେଲ୍ଡରଙ୍କ ମୃତ୍ୟୁ ହୋଇଥିବା ବେଳେ , ସହଯୋଗୀ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ସଦର ମହକୁମାର ଅର୍ଜୁନ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କ ଘର କାମ ଚାଲିଥିଲା । ଘରର ଛାତ ଉପରେ ଓ୍ୱେଲଡିଂ କାମ କରୁଥିଲେ ଅରକ୍ଷିତ ବାଘ ଏବଂ ତାଙ୍କ ସହଯୋଗୀ ହୃଷିକେଶ ସାହୁ । ଏହି ସମୟରେ ହଠାତ୍ ବିଦ୍ୟୁତ ଆଘତ ଲାଗିଥିଲା । ଯେଉଁଥିରେ ଅରକ୍ଷିତ ବାଘ ଏବଂ ସହଯୋଗୀ ହୃଷିକେଶ ସାହୁ ଗୁରୁତର ହୋଇଥିଲେ । ଯାହାପରେ ସେମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।ହେଲେ ସେଠାରେ ଅରକ୍ଷିତଙ୍କୁ ମୃତ୍ୟୁ ଘୋଷଣା କରିଥିବା ବେଳେ ଗୁରୁତର ହୃଷିକେଶଙ୍କ ଚିକିତ୍ସା ଜାରି ରହିଛି ।