14.1 C
Bhubaneswar
Saturday, December 6, 2025
Homeଓଡିଶାପ୍ରେମିକାର ଘର ପଶି ବାପାର କାଟିଲା ଗଳା

ପ୍ରେମିକାର ଘର ପଶି ବାପାର କାଟିଲା ଗଳା

ଭଦ୍ରକ: ନାବାଳିକା ପ୍ରେମିକର ଉନ୍ମତ୍ତ କାଣ୍ଡ । ଘରେ ପଶି ନାବାଳିକା ପ୍ରେମିକାର ବାପାର କାଟିଲା ଗଳା । ଭଦ୍ରକ ଜ଼ିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ଆରୁହା ପଞ୍ଚାୟତରୁ ଆସିଛି ଏଭଳି ଖବର। ନାବାଳିକା ଝିଅକୁ ବରଣ୍ଡୁଆ ପଞ୍ଚାୟତର ନବମ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରୀଙ୍କୁ ଏକତରଫା ପ୍ରେମ କରୁଥିଲା । ମାଡ଼ ମାରିବା ସହିତ ଜୋର ଜବରଦସ୍ତ ଭଲ ପାଇବାକୁ କହୁଥିଲା ଅଭିଯୁକ୍ତ । ଏପରିକି ଧମକାଇ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରୁଥିଲା ।ଆଜି ଯୁବକ ଜଣଙ୍କ ଯୁବତୀଙ୍କ ଘରକୁ ଆସିଥିବା ବେଳେ  ଝିଅର ବାପାଙ୍କ ସହ ଯୁକ୍ତିତର୍କ ହୋଇଥିଲା । ପରେ ଉତ୍ୟକ୍ତ ନାବାଳକ ପାଖରେ ରଖିଥିବା ଏକ ଛୁରୀରେ ଝିଅର ବାପାଙ୍କୁ ଆକ୍ରମଣ କରିଥିଲା । ଯୁବତୀଙ୍କ ବାପାଙ୍କ ବେକରେ ଛୁରୀ ବାଜି କଟିଯାଇଥିବା ବେଳେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ନାବଳକ ପ୍ରେମିକ ଫେରାର ଥିବା ବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking