କଟକ: ଜଣେ ବ୍ୟକ୍ତିଙ୍କୁ ଲୁହା ରଡରେ ପିଟି ପିଟି ହତ୍ୟା କରାଯାଇଛି । ଏଭଳି ଅମାନୁଷିକ ଘଟଣା କଟକ ସଦର ଥାନା ଗୋପାଳପୁର ବଢେଇ ସାହିରେ ଘଟିଛି । ଜଳଖିଆ ଦୋକାନରେ ବସିଥିବା ବେଳେ ପିଟିପିଟି ହତ୍ୟା କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତକୁ କାବୁ କରିଛି । ତେବେ ଏଭଳି ଅଭାବନୀୟ ହତ୍ୟାକାଣ୍ଡ ଅଭିଯୁକ୍ତ କାହିଁକି କରିଲା ତାହାର କାରଣ ଅସ୍ପଷ୍ଟ ରହିଛି ।