ନୂଆଦିଲ୍ଲୀ: ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଜଣେ ୨୫ ବର୍ଷୀୟ ଯାତ୍ରୀଙ୍କୁ ବିମାନର ଟଏଲେଟରେ ଧୂମପାନ କରିବା ଅଭିଯୋଗରେ ଜଣେ ଯୁବକକୁ ଗିରଫ କରାଯାଇଛି । ଏନେଇ ଶନିବାର ଦିନ ପୋଲିସ ସୂଚନା ଦେଇଛନ୍ତି । ଜଣେ ଅଧିକାରୀ କହିଛନ୍ତି, ଶୁକ୍ରବାର ରାତିରେ ଫୁରେତ- ମୁମ୍ବାଇ ବିମାନରେ ଏହି ଘଟଣା ଘଟିଥିଲା । ଶୌଚାଳୟରୁ ଧୂଆଁ ବାହାରୁଥିବା ଦେଖି ଯାତ୍ରୀମାନଙ୍କ ମନରେ ଆତଙ୍କ ଖେଳିଯାଇଥିଲା । ଗିରଫ ବ୍ୟକ୍ତି, ଦକ୍ଷିଣ ମୁମ୍ବାଇର ନେପିଆନସିଆ ରୋଡ ନିବାସୀ ଭବ୍ୟ ଗୌତମ ଜୈନଙ୍କୁ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଅଟକ ରଖାଯାଇଥିଲା। ଜୈନ ବିମାନର ଶୌଚାଳୟ ଭିତରେ ସିଗାରେଟ ଟାଣିଥିବା ଅଭିଯୋଗ ହୋଇଛି । ତାଙ୍କ ବିରୁଦ୍ଧରେ ବିମାନ ଆଇନର ପ୍ରସଙ୍ଗିକ ଧାରା ଅନୁଯାୟୀ ମାମଲା ରୁଜୁ ହୋଇଛି । ସୂଚନା ଥାଉକି, ଭାରତର ବିମାନ ଚଳାଚଳ ନିୟମ ଅନୁଯାୟୀ ବିମାନରେ ଧୁମ୍ରପାନ କରିବା ନିଷେଧ ରହିଛି ।










