ନୂଆଦିଲ୍ଲୀ: କେନ୍ଦ୍ରୀୟ ରେଳବାଇର ରେଳ ସୁରକ୍ଷା ବଳ ମୁମ୍ବାଇ – ସୋଲାପୁର ବନ୍ଦେ ଭାରତ ଏକ୍ସପ୍ରେସର ଏକ ବଗି ଭିତରେ ସାପ ଛାଡିବା ଅଭିଯୋଗରେ ଜଣ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି । ଏହି ଘଟଣା ଡିସେମ୍ବର ୨୭ ତାରିଖରେ ଘଟିଥିଲା । ଅଧିକାରୀଙ୍କ କହିବା ଅନୁଯାୟୀ, ଯାତ୍ରା ସମୟରେ କୋଚ ସି-୧୬ର ଶୌଚାଳୟ ଭିତରେ ଏକ ସାପ ମିଳିଥିଲା ।ସୂଚନା ପାଇ ରେଳ କର୍ମଚାରୀମାନେ ତୁରନ୍ତ ପହଞ୍ଚି ଶୌଚାଳୟକୁ ସିଲ କରି ନିୟନ୍ତ୍ରଣ କକ୍ଷକୁ ସତର୍କ କରାଇ ଦେଇଥିଲେ । ଯାତ୍ରୀମାନଙ୍କର କୌଣସି କ୍ଷତି ହୋଇନାହିଁ । ସାପକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଆରପିଏଫ ଟିମ ଦ୍ୱାରା ବିସ୍ତୃତ ତଦନ୍ତ ପରେ ଫେବୃଆରୀ ୧୨ ତାରିଖରେ ମୁମ୍ବ୍ରାରୁ ଗିରଫ କରାଯାଇଥିଲା । ରେଳବାଇଙ୍କ କହିବା ଅନୁଯାୟୀ, ଅଭିଯୁକ୍ତ ବିରୁଦ୍ଧରେ ଏକ ମାମଲା ରୁଜୁ କରାଯାଇଛି । ପୋଲିସର ପଚରାଉଚରା ସମୟରେ ଅପରାଧକୁ ସ୍ୱୀକାର କରିଥିବା ଜଣାପଡିଛି । ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଯିଏ ଅଧିକ ତଦନ୍ତ ପାଇଁ ୧୪ ଦିନର ମାଜିଷ୍ଟ୍ରେଟ ହାଜତକୁ ମଞ୍ଜୁର କରିଥିଲେ । ଅନ୍ୟପଟେ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ କହିଛନ୍ତି ଯେ, ଆରିଏଫ ଏହି ମାମଲାର ବିସ୍ତୃତ ତଦନ୍ତ ଆରମ୍ଭ କରିଛି ।









