ଭୁବନେଶ୍ୱର: ମମତା ବାନାର୍ଜୀଙ୍କୁ କଡା କାଉଣ୍ଟର କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଝିଅମାନେ ରାତିରେ ବାହାରକୁ ଯିବା ଉଚିତ ନୁହେଁ, ମମତାଙ୍କ ଏଭଳି ମନ୍ତବ୍ୟକୁ ସମାଲୋଚନା କରିଛନ୍ତି ପ୍ରଭାତୀ ପରିଡା । କହିଛନ୍ତି, ଜଣେ ମହିଳା ମୁଖ୍ୟମନ୍ତ୍ରୀଙ୍କ ମୁହଁରୁ ଏଭଳି ମନ୍ତବ୍ୟ ଆସିବା ଉଚିତ ନୁହେଁ । ପଶ୍ଚିମବଙ୍ଗର ୪ କୋଟି ୯୦ ଲକ୍ଷ ମହିଳାଙ୍କୁ ବି ଏହା ଆଶ୍ଚର୍ଯ୍ୟ ଓ ଅପମାନିତ କରିଛି । ନ୍ୟାୟ ଦେବା ବଦଳରେ ଝିଅଙ୍କ ଅଧିକାର ଉପରେ ପ୍ରଶ୍ନ ଉଠାଇବା ନିନ୍ଦନୀୟ । ଯଦି ଓଡିଆ ଝିଅ ପୀଡିତା ବୋଲି ଦରଦ ନାହିଁ ଓଡିସା ସରକାରଙ୍କୁ ଲେଖି ଦିଅନ୍ତୁ । ଆମ ପିଲାଙ୍କ କଥା ତୁନ ରାଜ୍ୟରେ ବି ଆମେ ବୁଝିପାରିବୁ କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ମହିଳା ମୁଖ୍ୟମନ୍ତ୍ରୀଙ୍କ ଠାରୁ ଯଦି ସମବେଦନା, ସୁରକ୍ଷା, ଅଧିକାର ଝିଅମାନେ ଆଶା କରିବେନି ତାହାହେଲେ କରିବେ କାହାଠାରୁ ।
ସୁଚନାଥାଉ କି , ପଶ୍ଚିମବଙ୍ଗର ଦୁର୍ଗାପୁରରେ ଓଡିଆ ଡାକ୍ତରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ଅବାସ୍ତବ ମନ୍ତବ୍ୟ ଦେଇଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କହିଥିଲେ, ଏହି ପ୍ରସଙ୍ଗ ‘ମୋତେ ପଚାରନି ପୋଲିସକୁ ପଚାର ।’ ଉତ୍ତର କମ୍ ରଖି ପାଲଟା ଦୋଷ ଲଦିଥିଲେ ମମତା । ଏହା ସହ ରାତିରେ ଝିଅମାନେ କାହିଁକି କ୍ୟାମ୍ପସରୁ ବାହାରୁଛନ୍ତି ବୋଲି ବୋଲି ଛାତ୍ରୀଙ୍କୁ ପ୍ରଶ୍ନ କରିଥିଲେ । ଅନ୍ୟପଟେ ଶୁକ୍ରବାର ରାତିରେ ୪ରୁ ୫ ଜଣ ଦୁର୍ବୃତ୍ତ ପଶ୍ଚିମବଙ୍ଗର ଦୁର୍ଗାପୁର ମେଡିକାଲ୍ କଲେଜରେ ପଢୁଥିବା ଓଡିଆ ଡାକ୍ତରୀ ଛାତ୍ରୀଙ୍କ ସହ ଦୁଷ୍କର୍ମ କରିଥିଲେ ।










