20.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶମମତାଙ୍କ ‘ପ୍ରସାଦ’ ପଲିଟିକ୍ସ

ମମତାଙ୍କ ‘ପ୍ରସାଦ’ ପଲିଟିକ୍ସ

ପଶ୍ଚିମବଙ୍ଗ: ବିଜେପିର ହିନ୍ଦୁତ୍ୱ କାର୍ଡକୁ କଡା କାଉଣ୍ଟର  ଦେବାକୁ ଦୀଘାର ଜଗନ୍ନାଥ ମନ୍ଦିରକୁ ମୋହରା  କରିଛନ୍ତି  ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।  ଆସନ୍ତା ନିର୍ୱାଚନ ପୂର୍ୱରୁ  ମମତା ତାଙ୍କର ହିନ୍ଦୁତ୍ୱ  ବିରୋଧୀ ଭାବମୂର୍ତ୍ତିରେ ପରିବର୍ତନ  ଆଣିବାକୁ ଆରମ୍ଭ କରିଛନ୍ତି  ବଡ ଯୋଜନା ।  ଯାହାକୁ ରାଜନୈତିକ ମହଲରେ ପ୍ରସାଦ ପଲିଟିକ୍ସ  ବୋଲି କୁହାଯାଉଛି ।  ଫଶ୍ଚିମବଙ୍ଗ ଦୀଘାରେ  ଜଗନ୍ନାଥ ମନ୍ଦିର ନିର୍ମାଣ କରିବା  ପରେ   ଜଗନ୍ନାଥ ଧାମ  ବୋଲି କହିଥିଲେ ।  ଧାମ ପରେ ଏବେ ପୁଣି ମହାପ୍ରସାଦ । ମମତା  ପୁରା ପଶ୍ଚିମବଙ୍ଗ ବାସୀଙ୍କ ପାଇଁ  ପ୍ରସାଦ ବଣ୍ଟନ ଯୋଜନା ଆଣିଛନ୍ତି ।  ଏହି ଯୋଜନାରେ ଦୀଘା ମନ୍ଦିରରେ  ଲାଗି ହୋଇଥିଲା ୩୦୦ କିଲୋର ଖୁଆ । ଘରେ ଘରେ ମହାପ୍ରସାଦ ପହଞ୍ଚାଯାଇପାରିବ । ମହାପ୍ରସାଦ ନାଁରେ ବାଣ୍ଟୁଛନ୍ତି  ମମତା ପେଡା ଓ ଗଜା । ଏଥିପାଇଁ ଗତ ୧୦ ତାରିଖରେ ଦୀଘା  ଜଗନ୍ନାଥ ମନ୍ଦିରକୁ ଆସିଥିଲା  ୩୦୦ କିଲୋଗ୍ରାମ ଓଜନର ଖୁଆ । ଆଉ ଏହାକୁ ଦୀଘା ମନ୍ଦିରରେ ପୂଜା କରିବା ପରେ ଫ୍ରିଜର ମାଧ୍ୟମରେ ୨୩ଟି ଜିଲ୍ଲାର ୩୪୧ ବ୍ଲକରେ ପହଞ୍ଚାଯିବ ପ୍ରସାଦ ପ୍ୟାକେଟ ।  ୨୩ଟି ଜିଲ୍ଲାରେ ପ୍ରସାଦ ବାଣ୍ଟିବାକୁ ନେଇ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।  ଜୁନ ୧୭ ଆରମ୍ଭ ହୋଇଥିବା ଏହି କାଯ୍ୟକ୍ରମ ଜୁନ ୨୭ ତାରିଖ ଅର୍ଥାତ ରଥ ଯାତ୍ରା ଦିନ ଶେଷ  ହେବା ପାଇଁ ଯାଉଛି । କିଭଳି ଭଲରେ ପ୍ରସାଦ ପହଞ୍ଚିବ ରାସନ ଡିଲରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରସାଦରେ ରହିଛି ପେଡା, ଗଜା ଓ  ଦୀଘା ଜଗନ୍ନାଥ ମନ୍ଦିରର ଏକ ଫଟୋ ବି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking