24.1 C
Bhubaneswar
Sunday, March 22, 2026
Homeଓଡିଶାମମତାଙ୍କ ଚାଞ୍ଚଲ୍ୟକର ବୟାନ୍‌, କହିଲେ..

ମମତାଙ୍କ ଚାଞ୍ଚଲ୍ୟକର ବୟାନ୍‌, କହିଲେ..

ଭୁବନେଶ୍ୱର : କୁଡୁମୀ ସମ୍ପ୍ରଦାୟର ଟାଣୁଆ ନେତ୍ରୀ ମମତା ମହାନ୍ତଙ୍କୁ ମିଳିଥିଲା ଅଲ୍‌ଟିମେଟ୍‌ମ। ଆଉ ସେହି ଅଲ୍‌ଟିମେଟ୍‌ମ ଦେଇଥିଲେ ବିଜେଡିର ପାୱାରଫୁଲ୍‌ ନେତା ପ୍ରଣବ ପ୍ରକାଶ ଦାସ ଓରଫ ବବି। ଅଗଷ୍ଟ ୪ ତାରିଖରେ ତୁମର ହିସାବ କରାଯିବ ବୋଲି ବବି କହିଥିବା ମମତା ମହାନ୍ତ ଆଜି କହିଛନ୍ତି।

ବିଜେପିରେ ଯୋଗଦେବା ପରେ ପ୍ରଥମର ଥର ପାଇଁ ଆଜି ମମତା ମହାନ୍ତ ଦିଲ୍ଲୀରୁ ଓଡ଼ିଶା ଆସିଛନ୍ତି। ଆଜି ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ରାଜ୍ୟ ବିଜେପି ଭବ୍ୟ ସ୍ୱାଗତ କରାଯାଇଥିଲା। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଶ୍ରୀମତୀ ମହାନ୍ତ କହିଛନ୍ତି, ନିର୍ବାଚନ ପୂର୍ବରୁ ମୋତେ ଡକା ଯାଇଥିଲେ। କୁଡୁମୀ ସମ୍ପ୍ରଦାୟର ଲୋକମାନେ ଭୋଟ୍‌ ଦେବେନି ବବି ବୋଲି କହିଥିଲେ। ତେଣୁ ତୁମ ହିସାବ ୪ ତାରିଖରେ କରାଯିବ। ରାଜ୍ୟସଭାରୁ ତୁମକୁ ବାହାର କରାଯିବ ବୋଲି ବବି କହିଥିବା ମମତା କହିଛନ୍ତି।

ମମତା କହିଛନ୍ତି, ୨୦୨୦ ମସିହାରେ ରାଜ୍ୟସଭାକୁ ମନୋନୀତ ହୋଇଥିଲି। ତା’ପରଠାରୁ ପଞ୍ଚାୟତ ନିର୍ବାଚନ ପର୍ଯ୍ୟନ୍ତ ସବୁକିଛି ଠିକ୍‌ଠାକ୍‌ ଚାଲିଥିଲା। ଲୋକଙ୍କ ପାଇଁ ସେବା କରୁଥିଲି। ପଞ୍ଚାୟତ ନିର୍ବାଚନ ପରେ ଅଣଦେଖା ହେଲା ପରି ମୁଁ ଅନୁଭବ କରିଥିଲି। ଦଳୀୟ ଓ ସରକାରୀ କାର୍ଯ୍ୟକ୍ରମରେ ଅଣଦେଖା ହେଲି। ମୋ’ ଘର ପାର୍ଶ୍ୱରେ ଲକ୍ଷ୍ମୀ ବସ୍‌ ଲୋକାର୍ପଣ ହେଲା। ହେଲେ ମୋତେ ନିମନ୍ତ୍ରଣ କରାଗଲା ନାହିଁ। ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜ ଆସିଲେ। ହେଲେ ଡାଇସ୍‌ରେ ମୋ ନାଁ ରହିଲା ନାହିଁ। ଏହାଛଡ଼ା କୌଣସି କାର୍ଯ୍ୟକ୍ରମରେ ନିମନ୍ତ୍ରଣ କରାଗଲାନି। ତେଣୁ ମୋତେ ଭଲ ପାଉଥିବା ଲୋକଙ୍କ ଭିତରେ ଅସନ୍ତୋଷ ବଢ଼ିଲା। ନିଜ ସମର୍ଥକଙ୍କ ଅସନ୍ତୋଷ ଦେଖି ରାଜ୍ୟସଭା ଛାଡ଼ିଦେବା ପାଇଁ ନିଷ୍ପତ୍ତି ନେଉଥିଲି। ଯେଉଁଠି ସମ୍ମାନ ନାହିଁ, କାମ କରିବା ପାଇଁ ସୁଯୋଗ ନାହିଁ, ତେଣୁ ରାଜ୍ୟସଭାରୁ ଇସ୍ତଫା ଦେଇ ଘରେ ରହିଲେ ଭଲ ବୋଲି ମମତା କହିଛନ୍ତି।

ସେ ଆହୁରି କହିଛନ୍ତି, ପଞ୍ଚାୟତ ନିର୍ବାଚନ ପର୍ଯ୍ୟନ୍ତ ଜିଲ୍ଲା ପ୍ରଭାରୀ ବବିଙ୍କଠାରୁ ସବୁ ପ୍ରକାର ସମ୍ମାନ ମିଳୁଥିଲା। ତା’ପରେ ଦୁଇ ନମ୍ୱର ବାଲାକୁ ଏକ ନମ୍ୱର ବାଲା ସେଠାକୁ ପଠାଇଥିଲେ। ସେତେବେଳେ ମୁଁ ଅଣଦେଖା ହେଲି। ରଜ୍ୟସଭାକୁ ଯାଇଥିବାରୁ ସଙ୍ଗଠନ କାର୍ଯ୍ୟ କରିବା ପାଇଁ ସୁଯୋଗ ମିଳିବ ବୋଲି ଭାବିଥିଲି। ତେଣୁ ଦଳ ଯେଉଁଠି ମୋ ହାତ ଟଙ୍କା(ସାଂସଦ ପାଣ୍ଠି) ଖର୍ଚ୍ଚ କରିବାକୁ ଚାହୁଁଥିଲେ, ସେଇଠି ଖର୍ଚ୍ଚ ହେଉଥିଲା। ଦଳର ନିଷ୍ପତ୍ତି ଅନୁସାରେ ସାଂସଦ ହାତ ପାଣ୍ଠି ଟଙ୍କା ଖର୍ଚ୍ଚ କରାଯାଉଥିଲା ବୋଲି ମମତା କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking