ଭୁବନେଶ୍ୱର : ପ୍ରାର୍ଥିପତ୍ର ଦାଖଲ କଲେ ମମତା ମହାନ୍ତ । ବିଧାନସଭାରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ନାମାଙ୍କନ ଭରିଛନ୍ତି ମମତା । ଗତକାଲି ବିଜେପି ପକ୍ଷରୁ ମମତାଙ୍କ ନାଁ ଘୋଷଣା କରିଥିଲା ବିଜେପି । ସଂଖ୍ୟା ଦୃଷ୍ଟିରୁ ବିଜେପି ପ୍ରାର୍ଥୀଙ୍କ ବିଜୟ ସମ୍ଭାବନା ଅଧିକ ରହିଛି । ନିକଟରେ ବିଜେଡିରୁ ଇସ୍ତଫା ଦେଇଥିଲେ ମମତା । ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ । ମୟୁରଭଞ୍ଜ ଜିଲ୍ଲା କୁଡୁମୀ ସମ୍ପ୍ରଦାୟର ଜଣେ ଟାଣୁଆ ନେତ୍ରୀ ହେଉଛନ୍ତି ମମତା । ୨୦୨୦ ଏପ୍ରିଲରେ ବିଜେଡି ତାଙ୍କୁ ରାଜ୍ୟସଭା ପଠାଇଥିଲା । ୨୦୨୬ ରେ ତାଙ୍କର କାର୍ଯ୍ୟକାଳ ସରିବାକୁ ଥିଲେ ମଧ୍ୟ ଗତ ଜୁଲାଇ ୩୧ ତାରିଖରେ ସେ ଅପ୍ରତ୍ୟାଶିତ ଭାବେ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ଏଥିସହ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ ।