15.1 C
Bhubaneswar
Thursday, January 15, 2026
Homeଦେଶ ବିଦେଶମମତାଙ୍କୁ କୋଲକାତା ହାଇକୋର୍ଟ ପକ୍ଷରୁ ଝଟ୍‌କା

ମମତାଙ୍କୁ କୋଲକାତା ହାଇକୋର୍ଟ ପକ୍ଷରୁ ଝଟ୍‌କା

କୋଲକାତା: ପଶ୍ଚିମବଙ୍ଗ ସ୍ଥିତ ଆଇ-ପ୍ୟାକ୍ କାର୍ଯ୍ୟାଳୟ ଏବଂ ଏହାର ମୁଖ୍ୟ ପ୍ରତୀକ ଜୈନ୍‌ଙ୍କ ଘରେ ଇଡି ଚଢାଉ ସମ୍ପର୍କିତ ମାମଲାର ଶୁଣାଣି କରିଛନ୍ତି କୋଲକାତା ହାଇକୋର୍ଟ। ଏହିକ୍ରମେ ହାଇକୋର୍ଟ, ବୁଧବାର ଶାସକ ଦଳ ଟିଏମ୍‌ସି ପକ୍ଷରୁ ଦାଖଲ କରାଯାଇଥିବା ଇଡି ବିରୋଧୀ ଅଭିଯୋଗଜନିତ ଆବେଦନକୁ ଖାରଜ କରିଦେଇଛି। ଟିଏମସିର ଆବେଦନରେ ଅଭିଯୋଗ କରାଯାଇଛି ଯେ ଇଡି ବେଆଇନ ଭାବରେ ଗୋପନୀୟ ତଥ୍ୟ ଜବତ କରିଛି। ଅନ୍ୟପକ୍ଷେ ଶୁଣାଣି ସମୟରେ, ହାଇକୋର୍ଟ ଜାନୁଆରୀ ୮ ତାରିଖରେ ଆଇ-ପ୍ୟାକ୍ ଫାର୍ମର ନିର୍ଦ୍ଦେଶକ ପ୍ରତୀକ ଜୈନଙ୍କ ଘର ଏବଂ କାର୍ଯ୍ୟାଳୟରୁ କିଛି ଜବତ ହୋଇନଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବୟାନ ରେକର୍ଡ କରିଥିଲେ।

ଇଡି କୋର୍ଟଙ୍କ ସମ୍ମୁଖରେ ଦର୍ଶାଇଥିଲା ଯେ, ଚଢ଼ଉ ସମୟରେ ଯାହା କିଛି ଦସ୍ତାବିଜ୍ ତଥା ପ୍ରମାଣଗୁଡ଼ିକୁ ଜବତ କରାଯାଇଥିଲା, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସେଠାରେ ପହଞ୍ôଚ ସେସବୁକୁ ବଳପୂର୍ବକ ନିଜ ସହ ନେଇଯାଇଥିଲେ। ଇଡି କୌଣସି ଦସ୍ତାବିଜ୍ କିମ୍ବା ରେକର୍ଡ ସେଠାରୁ ଆଣିନଥିବା କୋର୍ଟଙ୍କ ସମ୍ମୁଖରେ ସ୍ପଷ୍ଟ କରିଛି। ପୂର୍ବରୁ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହାଇକୋର୍ଟକୁ କହିଥିଲେ ଯେ ଆଇ-ପ୍ୟାକ୍ ନିର୍ଦ୍ଦେଶକ ପ୍ରତୀକ ଜୈନଙ୍କ ଘର ଏବଂ କାର୍ଯ୍ୟାଳୟରେ ଗତ ସପ୍ତାହରେ କରାଯାଇଥିବା ତଲାସ ସମ୍ପର୍କରେ ଦାୟର ଆବେଦନଗୁଡ଼ିକୁ ସ୍ଥଗିତ ରଖିବା ଉଚିତ୍‌। କାରଣ ଏହା ସମାନ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ କରିଛି। ହାଇକୋର୍ଟ ସୁପ୍ରିମକୋର୍ଟରେ ବିଚାରାଧୀନ ଏକ ମାମଲାର ଶୁଣାଣି କରିବା ଉଚିତ ନୁହେଁ ବୋଲି ଇଡି ପକ୍ଷରୁ ମାମଲା ପରିଚାଳନା କରୁଥିବା ସଲିସିଟର ଜେନେରାଲ୍ ଯୁକ୍ତି ରଖିଥିଲେ। ଅନ୍ୟପକ୍ଷେ ତୃଣମୂଳ କଂଗ୍ରେସ ଓକିଲ ମାନେକା ଗୁରୁସ୍ୱାମୀ କହିଥିଲେ ଯେ ଦଳ କେବଳ ଏହାର ତଥ୍ୟକୁ ସୁରକ୍ଷିତ ରଖିବାକୁ ଚାହୁଁଛି। ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଓକିଲ କଲ୍ୟାଣ ବାନାର୍ଜୀ ଶୁଣାଣିକୁ ସ୍ଥଗିତ ରଖିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅନୁରୋଧକୁ ବିରୋଧ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking