17.1 C
Bhubaneswar
Friday, December 19, 2025
Homeଓଡିଶାମମତା ମହାନ୍ତ ରାଜ୍ୟସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

ମମତା ମହାନ୍ତ ରାଜ୍ୟସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

ଭୁବନେଶ୍ୱର: ରାଜ୍ୟସଭାକୁ ମମତା ମହାନ୍ତ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ । ସାର୍ଟିଫିକେଟ୍ ନେବାକୁ ବିଧାନସଭାରେ ପହଞ୍ଚିଲେ ମମତା । ବିଜେପି ନେତା ଜଗନ୍ନାଥ ପ୍ରଧାନ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ପରେ ରାଜ୍ୟସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ମମତା ମହାନ୍ତ । ଆଜି (ମଙ୍ଗଳବାର) ରାଜ୍ୟସଭା ନିର୍ବାଚନରୁ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଥିଲେ ଜଗନ୍ନାଥ ପ୍ରଧାନ । ବିଜେପିରୁ ମମତା ମହାନ୍ତ ନାମାଙ୍କନ ଦାଖଲ କରିବା ପରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ ଜଗନ୍ନାଥ ପ୍ରଧାନ ।

ଆଜି ସେ ନିଜ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ପରେ ମମତା ମହାନ୍ତଙ୍କ ପ୍ରାର୍ଥୀପତ୍ର କାଏମ ରହିଲା । କେବଳ ଔପଚାରିକ ଘୋଷଣା ବାକିଥିଲା । ତେବେ ଏବେ ଗ୍ରାଉଣ୍ଡରେ ମମତା ଏକମାତ୍ର ପ୍ରାର୍ଥୀ ଭାବେ ରହିଥିଲେ । ତେଣୁ ସେ ପୂର୍ବପରି ରାଜ୍ୟସଭାକୁ ପୁଣି ନିର୍ବାଚିତ ହୋଇଛନ୍ତି । ପ୍ରାର୍ôଥତ୍ୱ ପ୍ରତ୍ୟାହାର କରିବା ପରେ ଜଗନ୍ନାଥ କହିଥିଲେ, “ମୁଁ ଜଣେ ଦଳର ଶୃଙ୍ଖଳିତ କର୍ମୀ, ଦଳ ମୋତେ ଯାହା ନିର୍ଦ୍ଦେଶ ଦେଇଥିଲା ତାହା ମୁଁ କରିଥିଲି ,ଆଜି ଯେତେବେଳେ ଦଳ ମୋତେ ନିର୍ଦ୍ଦେଶ ଦେଲା ମୁଁ ପ୍ରତ୍ୟାହାର କଲି ।’’ ଯେଉଁଦିନ ଜଗନ୍ନାଥ ପ୍ରଧାନ ପ୍ରାର୍ôଥପତ୍ର ଦାଖଲ କରିଥିଲେ, ସେଦିନ ବିଜେପିର ବହୁ ବିଧାୟକ ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ । ଏଥିରୁ ସ୍ପଷ୍ଟ ହେଉଥଲା ଜଗନ୍ନାଥ ଦଳର ଇଙ୍ଗୀତରେ ହିଁ ନାମାଙ୍କନ ଭରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking