20.1 C
Bhubaneswar
Saturday, December 21, 2024
Homeଦେଶ ବିଦେଶମମତା ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଜବାବ୍ ତଲବ

ମମତା ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଜବାବ୍ ତଲବ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ୭୭ ପ୍ରକାର ମୁସଲମାନ ଜାତିଙ୍କୁ ଓବିସି ସଂରକ୍ଷଣ ପ୍ରଦାନ ନିଷ୍ପତ୍ତି ନେଇ ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାରଙ୍କଠାରୁ ସୋମବାର ଜବାବ ମାଗିଛନ୍ତି । ମେ’ ମାସରେ କୋଲକାତା ହାଇକୋର୍ଟ ଦେଇଥିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବା ପରେ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଥିଲେ । ହାଇକୋର୍ଟ ଏହି ସଂରକ୍ଷଣକୁ ବେଆଇନ ଘୋଷଣା କରିଥିଲେ, ଯାହା ବିରୁଦ୍ଧରେ ମମତା ବାନାର୍ଜୀ ସରକାର ସୁପ୍ରିମକୋର୍ଟରେ ପହଞ୍ଚି କହିଥିଲେ ଯେ ଓବିସିରେ ଥିବା ୭୭ ପ୍ରକାର ମୁସଲମାନ ଜାତିଙ୍କୁ ରାଜ୍ୟ ସରକାର ଉପଯୁକ୍ତ ସଂରକ୍ଷଣ ଦେଇଛନ୍ତି । ବର୍ତ୍ତମାନ ସୁପ୍ରିମକୋର୍ଟ ପଚାରିଛନ୍ତି, ସେହି ଜାତିଗୁଡ଼ିକୁ ଓବିସିରେ ଅନ୍ତର୍ଭୁକ୍ତ କରିବାର ଆଧାର କ’ଣ ଥିଲା?

ଏହା ଉପରେ କୋର୍ଟ ମମତା ସରକାରଙ୍କଠାରୁ ବିସ୍ତୃତ ରିପୋର୍ଟ ମାଗିଛନ୍ତି । ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ସମୟରେ ଏକ ଜୋରଦାର ବିତର୍କ ହୋଇଥିଲା । କୋଲକାତା ହାଇକୋର୍ଟଙ୍କ ମନ୍ତବ୍ୟ ଉପରେ ମମତା ସରକାରଙ୍କ ଆଇନଜୀବୀ ଆପତ୍ତି ଉଠାଇ ହାଇକୋର୍ଟ ନିଜେ ରାଜ୍ୟ ଚଳାଇବାକୁ ଚାହୁଁଛନ୍ତି କି ବୋଲି ପଚାରିଛନ୍ତି । ସରକାରଙ୍କ ଆଇନଜୀବୀ ଇନ୍ଦିରା ଜୟସିଂ ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କର ହସ୍ତକ୍ଷେପ ଲୋଡି କହିଥିଲେ ଯେ ଏହି ମାମଲାର ରାୟରେ ହାଇକୋର୍ଟ ନିଜର ସୀମା ଅତିକ୍ରମ କରିଛନ୍ତି । ସେ କହିଥିଲେ ଯେ ହାଇକୋର୍ଟ କହିଥିଲେ ମୁସଲମାନ ସମ୍ପ୍ରଦାୟକୁ ରାଜନୈତିକ ସ୍ୱାର୍ଥ ପାଇଁ ବ୍ୟବହାର କରାଯାଉଛି ଏବଂ ଏହି ସଂରକ୍ଷଣ ଧର୍ମ ଆଧାରରେ ଦିଆଯାଇଛି । କିନ୍ତୁ ଆମେ ମଣ୍ଡଳ ଆୟୋଗର ସୁପାରିଶ ଆଧାରରେ ସଂରକ୍ଷଣ ପ୍ରଦାନ କରିଛୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking