31.1 C
Bhubaneswar
Friday, February 6, 2026
Homeଦେଶ ବିଦେଶବିଜେପି ଉପରେ ବର୍ଷିଲେ ମମତା ବାନାର୍ଜୀ

ବିଜେପି ଉପରେ ବର୍ଷିଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ SIRକୁ ନେଇ ରାଜନୀତି ଉଷ୍ମ ହୋଇଛି । ଏହି ସମୟରେ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବଙ୍ଗଳାର କୃଷ୍ଣନଗରରେ ଏକ ସଭାରେ ଭାଷଣ ଦେଇ ସେ କହିଥିଲେ, “ଯଦି ନିର୍ବାଚନ ସମୟରେ, ଦିଲ୍ଲୀରୁ ପୋଲିସ ଡକାଯାଇ ମା’ ଏବଂ ଭଉଣୀମାନଙ୍କୁ ଭୟଭୀତ କରାଯାଏ, ଯଦି ଆପଣଙ୍କ ନାମ ଭୋଟର ତାଲିକାରୁ ବାଦ ଦିଆଯାଏ , ତେବେ ଆପଣ ଏହାକୁ ସହ୍ୟ କରିବା ଉଚିତ୍ ନୁହେଁ। ଆପଣଙ୍କ ରୋଷେଇ ଘରେ ଅସ୍ତ୍ରଶସ୍ତ୍ର ଅଛି। ମହିଳାମାନେ ଆଗକୁ ଆସି ଲଢ଼ିବେ ଏବଂ ପୁରୁଷମାନେ ସେମାନଙ୍କ ପଛରେ ଠିଆ ହେବେ।” ରାଜ୍ୟର ମହିଳାମାନଙ୍କୁ ଭୋଟର ତାଲିକା ସମୀକ୍ଷା ସମୟରେ ସେମାନଙ୍କ ନାମ ବାଦ ଦିଆଯିବା ପରିସ୍ଥିତିରେ ରୋଷେଇ ସାମଗ୍ରୀ ସହିତ ପ୍ରସ୍ତୁତ ରହିବାକୁ ଅନୁରୋଧ କରିଛନ୍ତି ।

ସେ କହିଥିଲେ, “ମୁଁ ଦେଖିବାକୁ ଚାହୁଁଛି କିଏ ଅଧିକ ଶକ୍ତିଶାଳୀ  ମହିଳା ନା ବିଜେପି। ମୁଁ ସାମ୍ପ୍ରଦାୟିକତାରେ ବିଶ୍ୱାସ କରେ ନାହିଁ ।ମୁଁ ଧର୍ମନିରପେକ୍ଷତାରେ ବିଶ୍ୱାସ କରେ । ଯେତେବେଳେ ନିର୍ବାଚନ ଆସେ, ବିଜେପି ଟଙ୍କା ବ୍ୟବହାର କରି ଏବଂ ଅନ୍ୟ ରାଜ୍ୟରୁ ଲୋକଙ୍କୁ ଆଣି ଲୋକଙ୍କୁ ବିଭାଜିତ କରିବାକୁ ଚେଷ୍ଟା କରେ । ”  ବିଜେପି ଆଡ଼କୁ ଇଙ୍ଗିତ କରି ସେ କହିଥିଲେ, “ମୋତେ କ’ଣ ଏବେ ଦଙ୍ଗାକାରୀ ଦଳ ନିକଟରେ ମୋର ନାଗରିକତା ପ୍ରମାଣ କରିବାକୁ ପଡିବ ?” କେନ୍ଦ୍ର ସରକାରଙ୍କୁ ବଙ୍ଗାଳୀମାନଙ୍କୁ ଟାର୍ଗେଟ କରିବାର ଅଭିଯୋଗ ଆଣି ବାନାର୍ଜୀ କହିଥିଲେ, “ଆମର ଜଣେ କେନ୍ଦ୍ର ଗୃହମନ୍ତ୍ରୀ ଅଛନ୍ତି ଯିଏ ସମସ୍ତ ବଙ୍ଗାଳୀଙ୍କୁ ବାଂଲାଦେଶୀ ଭାବରେ ଚିହ୍ନିତ କରିବା ଏବଂ ସେମାନଙ୍କୁ ଡିଟେନସନ୍ ସେଣ୍ଟରକୁ ପଠାଇବା ପାଇଁ ସବୁକିଛି କରିବେ , କିନ୍ତୁ ଆମେ କାହାକୁ ପଶ୍ଚିମବଙ୍ଗରୁ ବହିଷ୍କାର କରିବାକୁ ଦେବୁ ନାହିଁ। ଯଦି କାହାକୁ ବଳପୂର୍ବକ ବହିଷ୍କାର କରାଯାଏ, ତେବେ ଆମେ ଜାଣୁ ଯେ ସେମାନଙ୍କୁ କିପରି ଫେରାଇ ଅଣାଯିବ।”

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking