ଭୁବନେଶ୍ୱର: ମମତା ବାନାର୍ଜୀଙ୍କୁ ଦୀଘା ଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କଡା ଜବାବ ଦେଇଛନ୍ତି । କହିଛନ୍ତି , ମମତା ହିନ୍ଦୁ ବିରୋଧୀ, ଜଗନ୍ନାଥ ବିରୋଧୀ କହି ଟାର୍ଗେଟ କରିଛନ୍ତି । ଆହୁରି କହିଛନ୍ତି, ଶ୍ରୀକ୍ଷେତ୍ରର ବିକଳ୍ପ ତିଆରି କରିବାକୁ ଚେଷ୍ଟା କରୁଛନ୍ତି । ମନ୍ଦିର ନିର୍ମାଣ ସ୍ୱାଗତ ଯୋଗ୍ୟ , କିନ୍ତୁ ସେଇଟା ଶ୍ରୀକ୍ଷେତ୍ର ନୁହେଁ । ପ୍ରତିଦିନ ଗଣତନ୍ତ୍ରକୁ ରକ୍ତାକ୍ତ କରୁଛନ୍ତି ମମତା ବାନାର୍ଜୀ । କେତେ ଭକ୍ତଙ୍କ ଉପରେ ବେଙ୍ଗଲରେ ପ୍ରତିଦିନ ଆକ୍ରମଣ ହେଉଛି ପଚାରିଲେ । ଅନ୍ୟପଟେ ଦୀଘା ଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ମମତା ବାନାର୍ଜୀ ମୁହଁ ଖୋଲିଛନ୍ତି। କହିଛନ୍ତି, ମୁଁ ପୁରୀ ଜଗନ୍ନାଥ ମନ୍ଦିରକୁ ସମ୍ମାନ ଦିଏ । ଜଗନ୍ନାଥ ଧାମକୁ ବି ସମ୍ମାନ ଦେଉଛି । ଜଗନ୍ନାଥ ମନ୍ଦିର ସବୁଠି ହୋଇପାରିବ । ସବୁ ମନ୍ଦିର ସବୁ ସ୍ଥାନରେ ହୋଇପାରିବ । ମା’ କାଳୀ ମନ୍ଦିର ବି ଅନେକ ସ୍ଥାନରେ ଅଛି ।ଏହି ବିବାଦକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବିଜେପିକୁ ପ୍ରଶ୍ନ କରି କହିଛନ୍ତି ବିଜେପି କିଛି କଲେ ଆମେ ତ ପ୍ରଶ୍ନ କରୁନୁ । ଆମ ଉପରେ ବିଜେପିର ଏତେ ରାଗ କାହିଁକି ?










