26.1 C
Bhubaneswar
Saturday, December 13, 2025
Homeଓଡିଶାମାଲକାନଗିରି ହିଂସା: ଆଜି ରାତି ୧୨ଟା ଯାଏ ପୁଣି ବଢିଲା ଇଣ୍ଟରନେଟ ସେବା

ମାଲକାନଗିରି ହିଂସା: ଆଜି ରାତି ୧୨ଟା ଯାଏ ପୁଣି ବଢିଲା ଇଣ୍ଟରନେଟ ସେବା

ମାଲକାନଗିରି: ମାଲକାନଗିରି ପୁଣି ବଢିଲା ଇଣ୍ଟରନେଟ କଟକଣା । ଗତକାଲି ଆହୁରି ୨୪ ଘଣ୍ଟା ବଢିଛି କଟକଣା । ଆଜି ରାତି ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ବନ୍ଦ ରହିବ । ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଏବେ ଏମ-ଭି ୨୬ ଗାଁରେ ଫେରୁଛି ଶାନ୍ତି । ୨ ଗୋଷ୍ଠୀ ମଧ୍ୟରେ ଅନୁଷ୍ଠିତ ଶାନ୍ତି କମିଟି ବୈଠକରେ ଶାନ୍ତି ପାଇଁ ସହମତି ପରେ ଗାଁକୁ ଫେରୁଛି ଶାନ୍ତି । ଗାଁରେ ଏବେ ବି ପୁଲିସ ଛାଉଣୀ ରହିଛି ଆଦିବାସୀ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତେଜିଥିଲା । ଉତ୍ୟକ୍ତ ଗ୍ରାମବାସୀ ଏମଭି- ୨୬ ଗାଁରେ ଅନେକ ଘର ପୋଡି ପକାଇଥିଲେ । ପରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ ।ଉତ୍ତେଜନାକୁ ଦୃଷ୍ଟିରେ ରଖି ୧୬୩ ଧାରା ଲାଗୁ ହୋଇଥିଲା । ପୁଲିସ ଡିଜି ନିଜେ ଗାଁରେ ପହଞ୍ଚି ସ୍ଥିତି ପରଖିଥିଲେ । ଶାନ୍ତି କମିଟି ବୈଠକ ପରେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିଲା ସମାଧାନ । ତଥାପି ଆଇନ ଶୃଙ୍ଖଳା ପାଇଁ ଇଣ୍ଟରନେଟ ସେବାକୁ ବନ୍ଦ ରଖାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking