ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବେଙ୍ଗଲି ଅଧିବାସୀ ଓ ଆଦିବାସୀ ସଂଘର୍ଷ ଘଟଣା । ରାଷ୍ଟ୍ରୀୟ ଅନୁସୂଚିତ ଜନଜାତି ଆୟୋଗ ପକ୍ଷରୁ ଜିଲ୍ଲାପାଳ ଓ ଏସ୍ପିଙ୍କୁ ନୋଟିସ୍ ଜାରି କରିଛନ୍ତି । କୋୟା ଜନଜାତିର ଜଣେ ମହିଳଆଙ୍କ ହତ୍ୟାର ରିପୋର୍ଟ ମାଗିଲେ । ପରେ ଉତ୍ପନ୍ନ ଆଦିବାସୀ ଅଧିକାର ଉଲ୍ଲଙ୍ଘନର ଅଭିଯୋଗର ରିପୋର୍ଟ ତଲବ । କ’ଣ ପଦକ୍ଷେପ ନିଆଯାଇଛି ୩ ଦିନ ଭିତରେ ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ, ଡିସେମ୍ବର ୪ ତାରିଖରେ ମୁଣ୍ଡବିହୀନ ମୃତଦେହ ଉଦ୍ଧାର ହେବା ପରେ ଏମ୍ଭି ୨୬ ଓ ରାଖେଲଗୁଡା ଗାଁ ମଧ୍ୟରେ ବିବାଦକୁ ନେଇ ହିଂସା ଦେଖା ଦେଇଥିଲା । ଏହି ଘଟଣାରେ ପୋଲିସ ୧୫ ଜଣଙ୍କୁ ଗିରଫ କରିଛି । ବିବାଦ ମଧ୍ୟରେ ମହିଳାଙ୍କ କଟା ମୁଣ୍ଡ ଉଦ୍ଧାର କରିଥିଲା ପୋଲିସ । ଡିସେମ୍ବର ୮ ତାରିଖରେ ସଂନ୍ଧ୍ୟା ୬ଟାରୁ କଟକଣା ଲାଗୁ ହୋଇଥିଲା । ପର୍ଯ୍ୟାୟ କ୍ରମେ କଟକଣା ୬ ଥର ବୃଦ୍ଧି ହୋଇଥିଲା । ଡିସେମ୍ବର ୧୫ ତାରିଖରେ ମାଲକାନଗିରିରେ ସ୍ୱଭାବିକ ହୋଇଥିଲା ଇଣ୍ଟରନେଟ୍ ସେବା । ଜିଲ୍ଲାପାଳ ସୂଚନା ଦେଇଥିଲେ ଯେ ଏମ୍ଭି ୨୬ ଓ ରାଖେଲଗୁଡା ଗାଁ ବିବାଦ ଯୋଗୁଁ ମୋଟ ୩ କୋଟି ୮୦ ଲକ୍ଷ ଟଙ୍କାର କ୍ଷୟକ୍ଷତି ହୋଇଛି । ବିଦ୍ୟୁତ ସଂଯୋଗ ଓ ଜଳ ଯୋଗାଣ ସ୍ବାଭାବିକ ହୋଇଛି ।










