16.1 C
Bhubaneswar
Thursday, February 5, 2026
Homeଓଡିଶାଦୁଷ୍କର୍ମ ଉଦ୍ୟମ: ବିଷ ପିଇଦେଲେ ପୀଡ଼ିତା ନାବାଳିକା

ଦୁଷ୍କର୍ମ ଉଦ୍ୟମ: ବିଷ ପିଇଦେଲେ ପୀଡ଼ିତା ନାବାଳିକା

ପିପିଲି: ଦୁଷ୍କର୍ମ ଉଦ୍ୟମ ଯୋଗୁଁ ଲଜ୍ୟାରେ ବିଷ ପିଇଦେଲା ନାବାଳିକା । ସତ୍ୟବାଦୀ ବଳଙ୍ଗା ଥାନା ଅଞ୍ଚଳରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରାଯାଇଥିଲା । ନାବାଳିକା କତା କାମ କରିବାକୁ ଯାଇଥିବା ବେଳେ ଅଭିଯୁକ୍ତ ଅଜୁ ପ୍ରଧାନ ତାଙ୍କ ସହ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ତେବେ କୌଶଳକ୍ରମେ ନାବାଳିକାଜଣକ ଖସି ଆସିଥିଲେ। ଘଟଣା ସମ୍ପର୍କରେ କାହାକୁ ଜଣାଇଲେ ହତ୍ୟା କରିବାକୁ ଧମକ ଦେଇଥିଲା ଅଭିଯୁକ୍ତ। ଘରେ ପହଞ୍ଚି କୀଟନାଶକ ପିଇବା ପରେ ବାପାଙ୍କୁ ଫୋନ୍ କରି ଜଣାଇଥିଲେ ନାବାଳିକା । ବଳଙ୍ଗା ଥାନାରେ ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ବାପା। ଏନେଇ ଥାନାରେ ଅଭିଯୋଗ ପରେ ପୁଲିସ ଅଭିଯୁକ୍ତକୁ ଧରିବାକୁ ସ୍ବତନ୍ତ୍ର ଟିମ୍‌ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking