ପୁରୀ: ଚନ୍ଦକା ଜଙ୍ଗଲରେ ଶୁକ୍ରବାର ରାତିରେ ମାଇକେନା ହାତୀର ମୃତ୍ୟୁ ଘଟିଛି । ହାତୀଟି ଅସୁସ୍ଥ ହୋଇ ତଳେ କଚାଡି ହୋଇ ପଡିଯାଇଥିଲା । ୯ ଜଣିଆ ଡାକ୍ତର ଟିମ ଅକ୍ଲାନ୍ତ ପରିଶ୍ରମ କରିବା ପରେ ବି ହାତୀଟିକୁ ବଞ୍ଚାଯାଇ ପାରି ନାହିଁ । ତେବେ ହାତୀଟି କେଉଁ ରୋଗରେ ଆକ୍ରାନ୍ତ ହୋଇଥିଲା । ତାହା ସ୍ପଷ୍ଟ ହୋଇନଥିବା ବେଳେ ମାରାତ୍ମକ ହରପିସ ରୋଗରେ ଆକ୍ରାନ୍ତ ହୋଇ ତାର ମୃତ୍ୟୁ ଘଟିଥିବା ବନ ବିଭାଗ ପ୍ରାଥମିକ ଜଣାପଡିଛି । ଚନ୍ଦକା ଡିଏଫଓଙ୍କ କହିବା ଅନୁଯାୟୀ, ହାତୀଟିର ବୟସ ୨୦ରୁ ୨୨ ବର୍ଷ ହେବ ଦୁଇ ଦିନ ଧରି ହାତୀଟି ମୌଜା ବରବାଡି ଜଙ୍ଗଲରେ ବୁଲୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ପରେ ଚନ୍ଦକା ବନ ବିଭାଗକୁ ଖବର ଦେଇଥିଲେ । ଏହା ପରେ ନନ୍ଦନକାନନରୁ ୫ ଜଣିଆ ଟିମ ଓ ଓୟୁଏଟିର ୪ ଜଣିଆ ଡାକ୍ତରୀ ଟିମ ସେଠାରେ ପହଞ୍ଚି ହାତୀଟିକୁ ଚିକିତ୍ସା କରିଥିଲେ । ତଥାପି ହାତୀର ଜୀବନ ବଞ୍ଚି ପାରିନାହିଁ । ସେପଟେ ମୃତ ହାତୀର ବ୍ୟବଚ୍ଚେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ପୁରା ପୋଷ୍ଟମର୍ଟମର ଭିଡିଓଗ୍ରାଫି କରାଯାଉଛି । ହାତୀଟିର ରକ୍ତ ନମୁମା ସଂଗ୍ରହ କରାଯାଇ ପରୀକ୍ଷା ପାଇ ପଠାଯାଇଛି ।










