26.1 C
Bhubaneswar
Friday, March 6, 2026
Homeଓଡିଶାଓଡ଼ିଶାର ମନୋରମ ପ୍ରାକୃତିକ ଦୃଶ୍ୟ, ଐତିହ୍ୟକୁ ଫୋଟ ମାଧ୍ୟମରେ ବିଶ୍ୱ ପ୍ରସିଦ୍ଧ କରନ୍ତୁ: ଉପମୁଖ୍ୟମନ୍ତ୍ରୀ 

ଓଡ଼ିଶାର ମନୋରମ ପ୍ରାକୃତିକ ଦୃଶ୍ୟ, ଐତିହ୍ୟକୁ ଫୋଟ ମାଧ୍ୟମରେ ବିଶ୍ୱ ପ୍ରସିଦ୍ଧ କରନ୍ତୁ: ଉପମୁଖ୍ୟମନ୍ତ୍ରୀ 

ଟାଟା ପାୱାର ପକ୍ଷରୁ ଆୟୋଜିତ ଫୋଟୋଗ୍ରାଫି ପ୍ରତିଯୋଗିତାରେ ୧୩ ଜଣ ବିଜେତାଙ୍କୁ ୧୫ ହଜାର ଲେଖାଏଁ ପୁରସ୍କାର ପ୍ରଦାନ

ଭୁବନେଶ୍ୱର: ଟାଟା ପାୱାର କମ୍ପାନୀ ଦ୍ୱାରା ସାରା ଓଡ଼ିଶାରେ ‘Oh My Beautiful Odisha’ ନାମକ ଫୋଟଗ୍ରାଫି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗଦେଇଥିଲେ । ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀଙ୍କ ମଧ୍ୟରୁ ଶ୍ରେଷ୍ଠ ୧୩ ଜଣ ପ୍ରତିଯୋଗୀଙ୍କୁ ଆଜି ₹୧୫୦୦୦ ଟଙ୍କାର ପୁରସ୍କାର ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓଙ୍କ କରକମଳରୁ ପ୍ରଦାନ କରାଯାଇଛି । ସେମାନଙ୍କ ଦ୍ବାରା ଉତ୍ତୋଳନ କରାଯାଇଥିବା ଫୋଟକୁ ଟାଟା ପାୱାରର କ୍ୟାଲେଣ୍ଡର ପୃଷ୍ଠାରେ ସ୍ଥାନିତ କରାଯାଇଛି । ପ୍ରତିଯୋଗିତାରେ ବିଚାରପତି ଭାବେ କାର୍ଯ୍ୟ ନିର୍ବାହ କରିଥିବା ତିନିଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ସମ୍ବର୍ଦ୍ଧିତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ କହିଥିଲେ, “ସାଂସ୍କୃତିକ ଐତିହ୍ୟ ଏବଂ ବିବିଧତାରେ ସମୃଦ୍ଧ ରାଜ୍ୟ ଓଡ଼ିଶା ମନୋରମ ପ୍ରାକୃତିକ ଦୃଶ୍ୟ ଏବଂ ଜୀବନ୍ତ ପରମ୍ପରାର ଆଶ୍ରୟସ୍ଥଳ। ଏହି ପଦକ୍ଷେପ ନେବା ଏବଂ ସ୍ଥାନୀୟ ପ୍ରତିଭାକୁ ପ୍ରଦର୍ଶନ କରିବା ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରିଥିବାରୁ ମୁଁ ଟାଟା ପାୱାରକୁ ହୃଦୟର ସହିତ କୃତଜ୍ଞତା ଜଣାଉଛି। ଏହା ଆମ ରାଜ୍ୟର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ପ୍ରଦର୍ଶନ କରିବାର ଏକ ଚମତ୍କାର ଉପାୟ। ଏପରି ଏକ ମହାନ କାର୍ଯ୍ୟ ପାଇଁ ସମସ୍ତ ବିଜେତାଙ୍କୁ ଅଭିନନ୍ଦନ। ଫୋଟଗ୍ରାଫି ମାଧ୍ୟମରେ ଓଡ଼ିଶାର ମନୋରମ ପ୍ରାକୃତିକ ଦୃଶ୍ୟ ଓ ଐତିହ୍ୟକୁ ବିଶ୍ୱ ପ୍ରସିଦ୍ଧ କରାନ୍ତୁ” ଏହି କାର୍ଯ୍ୟକ୍ରମରେ ଟାଟା ପାୱାରର ପ୍ରେସିଡେଣ୍ଟ ଶ୍ରୀ ସଞ୍ଜୟ ବାଙ୍ଗା ଏବଂ ଡିସକମ ଗୁଡିକର ସିଇଓମାନେ ଯୋଗଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking