26.1 C
Bhubaneswar
Friday, January 16, 2026
Homeଓଡିଶାଅଶୋକଝରରେ ମକର ମହୋତ୍ସବ ଓ ଟୁସୁ ପର୍ବ ମହା ଆଡ଼ମ୍ବରରେ ଅନୁଷ୍ଠିତ

ଅଶୋକଝରରେ ମକର ମହୋତ୍ସବ ଓ ଟୁସୁ ପର୍ବ ମହା ଆଡ଼ମ୍ବରରେ ଅନୁଷ୍ଠିତ

ଯାଜପୁର: ଓଡିଶା ର କଳା ସଂକୃତି ପର୍ବ ପର୍ବାଣି ଜଗତ ର ନାଥ ମହା ପ୍ରଭୁ ଜଗନ୍ନାଥକୁ ଆଧାର କରି ବିଭିନ୍ନ ପର୍ବ ପର୍ବାଣି ପାଳନ ହୋଇ ଆସୁଛି ଜଗନ୍ନାଥ ସଂକୃତି ରେ ବର ମାସରେ ତେର ପର୍ବ ମକର ସଂକ୍ରାନ୍ତି ଏକ ଉତ୍ସବ l ମକର ସଂକ୍ରାନ୍ତି ରେ ମକର ଉତ୍ସବ ସହର ରୁ ପୁରପଲ୍ଲୀ ଉତ୍ସବ ମୁଖରିତ ହୋଇଛି l ନୂଆ ଧାନ ଅମଳ ହୋଇ ଆସିଥିବାବେଳେ ପୂଜାର୍ଚନା କରି ଦେବା ଦେବି ଙ୍କ ନିକଟରେ ମକର ଚାଉଳ ନଇବିଦ୍ୟ ଦେଇ ଖାଇ ଥାନ୍ତି l ବିଭିନ୍ନ ଦେବା ଦେବି ମନ୍ଦିର ରେ ମହା ଯଜ୍ଞ ଅଷ୍ଟପ୍ରହରୀ ନାମ ଯଜ୍ଞ ଭଜନ କ୍ରୀତନ ବେଶ ଆଗ୍ରହ ଉଦିପନାରେ ମକର ସଂକ୍ରାନ୍ତି ପାଳନ କରୁଥିବା ବେଳେ ସୁକିନ୍ଦା ବ୍ଲକର ବିଭିନ୍ନ ଅଞ୍ଚଳରେ ପାଳନ ହେଉଛି ମକର ସଂକ୍ରାନ୍ତି l ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଲେମ୍ବୋ ପଞ୍ଚାୟତ ଅନ୍ତର୍ଗତ ପର୍ଯ୍ୟଟନ ସ୍ଥଳୀ ଅଶୋକଝର ଏବେ ଚଳଚଞ୍ଚଳ l ଅଶୋକଝର ପୀଠରେ ପାଳନ ହେଉଛି ମକର ମେଳା l ଏହି ମେଳା ସବୁ ବର୍ଷ ପରି ଜାନୁଆରୀ ମାସ 14 ତାରିଖରୁ ଆରମ୍ଭ ହୋଇ ତିନିଦିନ ଧରି ଚାଲିଥାଏ l ଅଶୋକଝର ଠାରେ ଅଶୋକେଶ୍ବରୀ ଙ୍କ ପୂଜାର୍ଚନା ମହାଡ଼ମ୍ବାରରେ ଅନୁଷ୍ଠିତ ହୋଇଥାଏ l ଏହି ମେଳାକୁ ଦୂର ଦୂରାନ୍ତରୁ ସାଧୁ ସନ୍ଥ ମାନେ ଆସିଥାନ୍ତି l ପୂଜାର୍ଚନା ସହିତ ହୋମ ଯଜ୍ଞ ମଧ୍ୟ ହେଉଥିବା ବେଳେ ଏହି ମେଳା ଦେଖିବାକୁ ବହୁ ଦୂର ଦୂରାନ୍ତରୁ ହଜାର ହଜାର ଭକ୍ତ ଙ୍କ ସୁଅ ଛୁଟୁଥିବା ଦେଖିବାକୁ ମିଳିଛି l ମେଳାକୁ ସରସ ସୁନ୍ଦର କରିବାକୁ କ୍ରୀତନ ମଣ୍ଡଳୀ ଦ୍ୱାରା ଭାଜନ କ୍ରୀତନ ସହିତ ଅଶୋକଝର ଟୁସୁ ପର୍ବ ଓ ମକର ମହୋତ୍ସବ ହୋଇଥିବା ଦେଖିବାକୁ ମିଳିଥିବା ବେଳେ ବିଭିନ୍ନ ପ୍ରକାର ଦୋକାନ, ଖାଇବା ଷ୍ଟଲ , ଦୋଳି ମାନ ବସିଥିବା ଦେଖିବାକୁ ମିଳିଛି l ଏହି ମେଳାରେ ହଜାର ହଜାର ଭକ୍ତ ଙ୍କ ସମାଗମକୁ ଦୃଷ୍ଟିରେ ରଖି କୌଣସି ଅପ୍ରତିକାର ପରିବେଶ ସୃଷ୍ଟି ନ ହେବା ପାଇଁ ସୁକିନ୍ଦା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡା କଡୀ କରାଯାଇଥିବା ସୁକିନ୍ଦା ପୋଲିସ ପକ୍ଷରୁ ସୂଚନା ମିଳିଛି lମେଳାକୁ ଆହୁରି ସୁନ୍ଦର କରିବାକୁ ପାଖରେ ଲାଗିରହିଛି ଅଶୋକଝର ପାର୍କ l ପାର୍କରେ ଅଛି ମନୋରମା ଦୃଶ୍ୟ ସୁନ୍ଦର ସୁନ୍ଦର ଫୁଲ ବଗିଚାକୁ ବିଭିନ୍ନ ପ୍ରକାର ଦୋଳି,ପାଖରେ ଲାଗି ରହିଛି ନୀଳ ସବୁଜ ମାଳା ପ୍ରାକୃତିକ ପରିବେଶ ପାହାଡ଼ ସାଙ୍ଗକୁ ଝରଣା l ଥରେ ଏହି ପାର୍କକୁ ଆସିଲେ ଯିବାକୁ ମନ ହୁଏନାହିଁ l ଏହି ପାର୍କକୁ ବହୁ ଦୂର ଦୂରାନ୍ତରୁ ବହୁ ପର୍ଯ୍ୟଟକ ମାନେ ବୁଲିବାକୁ ମଧ୍ୟ ଆସନ୍ତି ଏହି ପୀଠ ସମ୍ପର୍କ ରେ ପୌରାଣିକ କିଂମ୍ବ ଦନ୍ତୀ ରହିଛି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking