28.1 C
Bhubaneswar
Sunday, September 8, 2024
Homeଓଡିଶାରାଜ୍ୟ ବଜେଟ୍‌ର ମୁଖ୍ୟାଂଶ

ରାଜ୍ୟ ବଜେଟ୍‌ର ମୁଖ୍ୟାଂଶ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗୁରୁବାର ସନ୍ଧ୍ୟାରେ ୨୦୨୪-୨୫ ଆର୍ôଥକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି । ସେ ପୂର୍ବ ସରକାରଙ୍କ ଦ୍ୱାରା ପ୍ରଣୟନ ହୋଇଥିବା ବହୁ ଜନହିତକର ଯୋଜନାର ନାମକୁ ପରିବର୍ତ୍ତନ କରିବା ସହ ନୂଆ ଯୋଜନା ପାଇଁ ବ୍ୟୟବରାଦ କରିଛନ୍ତି । ମୋହନ ସରକାର ଚଳିତ ଆର୍ôଥକ ବର୍ଷ ପାଇଁ ୨,୬୫,୦୦୦ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି ।

-୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ
-କୃଷି ବଜେଟ ପରିମାଣ ୩୩, ୯୧୯ କୋଟି
-କୁଇଣ୍ଟାଲ ପିଛା ୩୧ଶହ ଟଙ୍କାରେ ଧାନ କିଣାଯିବ
-ନୂଆ ଯୋଜନା ସିଏମ୍ କିଷାନରେ ୧୯୩୫ କୋଟି
-ସମୃଦ୍ଧ କୃଷକ ଯୋଜନା ପାଇଁ ୫ ହଜାର କୋଟି
-ଶ୍ରୀଅନ୍ନ ଅଭିଯାନ ପାଇଁ ୬୪୯ କୋଟି
-ସୁଭଦ୍ରା ଯୋଜନା ପାଇଁ ୧୦ ହଜାର କୋଟି
-ରାଜ୍ୟରେ ଆସିବ ରାଜ୍ୟ ସମବାୟ ନୀତି
-ମହାନଦୀ ନବୀକରଣ ପାଇଁ ହେବ ବୈଷୟିକ କମିଟି
-ଡ୍ୟାମ ଉନ୍ନତୀକରଣ ଯୋଜନା ପାଇଁ ୨ଶହ କୋଟି
-ଉପଖଣ୍ଡ ସ୍ତରରେ ହେବ ଶୀତଳ ଭଣ୍ଡାର ସ୍ଥାପନ
-୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରାଯିବାକୁ ଲକ୍ଷ୍ୟ
-ଯଶୋଦା ଯୋଜନା ପାଇଁ ୮୩ କୋଟି
-୫ ବର୍ଷରେ ୫୦୦ ଗାଁ ହେବ ଆଦର୍ଶ ଗାଁ
-ସାମାଜିକ ସୁରକ୍ଷା ଭତ୍ତା ୩,୫୦୦ ଟଙ୍କା ହେବ
-୮୦ ବର୍ଷରୁ ଅଧିକ ବୟସ୍କଙ୍କୁ ମିଳିବ ବର୍ଦ୍ଧିତ ଭତ୍ତା
-ଭିନ୍ନକ୍ଷମ ମଧ୍ୟ ପାଇବେ ବର୍ଦ୍ଧିତ ଭତ୍ତା
-ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପରିବର୍ତ୍ତେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା
-ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା
-ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା ମିଶନରେ ୨୪୬୨ କୋଟି
-କଟକ ଏସ୍‌ସିବି ମେଡିକାଲ କଲେଜକୁ ୧ ହଜାର କୋଟି
-ମୋ ସ୍କୁଲ ନାଁ ବଦଳି ହେଲା ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ
-ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ ପାଇଁ ୩୩୨ କୋଟି
-ସ୍କୁଲରେ ଡ୍ରପ୍‌ଆଉଟ ରୋକିବାକୁ ‘ମାଧୋ ସିଂହ ହାତ ଖର୍ଚ୍ଚ’ ଯୋଜନା
-ଜନଜାତି ଛାତ୍ରଛାତ୍ରୀଙ୍କୁ ବାର୍ଷିକ ହାତଖର୍ଚ୍ଚ ୫ ହଜାର ଟଙ୍କା
-ଭୁବନେଶ୍ୱରରେ ନୂଆ ଷ୍ଟାଡିୟମ ନିର୍ମାଣ ପାଇଁ ୯୫୨ କୋଟି
-ପିଏମ୍ ଆବାସ ପାଉନଥିବା ହିତାଧିକାରୀ ପାଇବେ ଅନ୍ତ୍ୟୋଦୟ ଗୃହ
-ବିକଶିତ ଗାଁ ବିକଶିତ ଓଡ଼ିଶା ପାଇଁ ୧ ହଜାର କୋଟି
-ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ୧ ହଜାର କୋଟି
-ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ମାଗଣା ବିଜୁଳି ପାଇଁ ସହାୟତା
-୧ କିୱାରେ ୩୦ ହଜାର, ୨ କିୱାରେ୬୦ ହଜାର, ୩ କିୱାରେ ୭୮ ହଜାର ରିହାତି
-ମେକ୍ ଇନ୍ ଓଡ଼ିଶା ନାଁ ବଦଳି ହେଲା ଉତ୍କର୍ଷ ଉତ୍କଳ
-ଉତ୍କର୍ଷ ଉତ୍କଳ ସମ୍ମିଳନୀ ମାଧ୍ୟମରେ ଅଢ଼େଇ ଲକ୍ଷ କୋଟି ପୁଞ୍ଜି ଯୋଗାଡ଼ ଯୋଜନା
-୨ ବିଲିୟନ ଡଲାରରୁ ଅଧିକ ବିଦେଶୀ ପୁଞ୍ଜି ନିବେଶ ପାଇଁ ଲକ୍ଷ୍ୟ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking