28.1 C
Bhubaneswar
Monday, December 15, 2025
Homeଦେଶ ବିଦେଶଲେବାନନରେ ବଡ଼ ଆକ୍ରମଣ ଯୋଜନା: ୩୫ ଅଞ୍ଚଳ ଖାଲି କରିବାକୁ କହିଲା ଇସ୍ରାଏଲ

ଲେବାନନରେ ବଡ଼ ଆକ୍ରମଣ ଯୋଜନା: ୩୫ ଅଞ୍ଚଳ ଖାଲି କରିବାକୁ କହିଲା ଇସ୍ରାଏଲ

ବେରୁଟ୍‌: ହିଜବୁଲ୍ଲାକୁ ଶେଷ କରିବା ଲାଗି ଇସ୍ରାଏଲ୍ ସେନା ନିଷ୍ପତ୍ତି ନେଇଛି। ଇସ୍ରାଏଲ୍ ଦକ୍ଷିଣ ଲେବାନନର ୩୫ ଗାଁର ଲୋକଙ୍କୁ ତୁରନ୍ତ ସେମାନଙ୍କ ଘର ଛାଡିବାକୁ କହିଛି। ଇସ୍ରାଏଲର ସେନା ମୁଖପାତ୍ର ଲୋକମାନଙ୍କୁ ତୁରନ୍ତ ଘର ଖାଲି କରି ଆୱାଲି ନଦୀର ଉତ୍ତର ଦିଗକୁ ଯିବାକୁ କହିଛନ୍ତି। ଇସ୍ରାଏଲ୍ ସେନା ମୁଖପାତ୍ର ଅଭିଚାଇ ଆଣ୍ଡ୍ରାଇ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରିଛନ୍ତି। ଏଥିରେ ଲେଖା ଅଛି ଯେ ଯେଉଁମାନେ ହିଜବୁଲ୍ଲା ଶିବିର ଏବଂ ଯୁଦ୍ଧ ସାମଗ୍ରୀ ନିକଟରେ ଅଛନ୍ତି, ସେମାନେ ତାଙ୍କ ଜୀବନକୁ ବିପଦରେ ପକାଉଛନ୍ତି। ସେ ଆହୁରି ଲେଖିଛନ୍ତି, ଦକ୍ଷିଣ ଅଞ୍ଚଳରେ ଆମର ଯେକୌଣସି କାର୍ଯ୍ୟକଳାପ ଆପଣଙ୍କ ଜୀବନକୁ ବିପଦରେ ପକାଇପାରେ। ଏଭଳି ପରିସ୍ଥିତିରେ ଲୋକମାନେ ଏହିସବୁ ସ୍ଥାନ ଖାଲି କରିବା ଉଚିତ୍‌। ଏହାପୂର୍ବରୁ ଲେବାନନର ସରକାରୀ ସମ୍ବାଦ ଏଜେନ୍ସି କହିଛି ଯେ ଇରାନର ବୈଦେଶିକ ମନ୍ତ୍ରୀ ବେରୁଟରେ ପହଞ୍ଚିବେ। ଲେବାନନର ରାଜ୍ୟ ସମ୍ବାଦ ଏଜେନ୍ସି ଏନଏନଏ କହିଛି ଇରାନର ବୈଦେଶିକ ମନ୍ତ୍ରୀ ଅବ୍ୱାସ ଆରାକିଙ୍କୁ ନେଇ ଏକ ଇରାନ ବିମାନ ରାଫିକ୍ ହରିରି ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଛି। ହିଜବୁଲ୍ଲା ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଲେବାନନରେ ବିସ୍ଫୋରଣ ପରେ ଇସ୍ରାଏଲ୍ କ୍ରମାଗତ ଭାବରେ କ୍ଷେପଣାସ୍ତ୍ର ମାଡ଼ ଜାରି ରଖିଛି। ବେରୁଟରେ ଇସ୍ରାଏଲର ସଦ୍ୟତମ ଆକ୍ରମଣରେ ହିଜବୁଲ୍ଲା ମୁଖ୍ୟ ହାସନ ନସ୍‌ରଲ୍ଲାଙ୍କ ମୃତ୍ୟୁ ପରେ ତାଙ୍କ ଉତ୍ତରାଧିକାରୀ ଭାବରେ ବିବେଚନା କରାଯାଉଥିବା ହାସିମ ସଫିଦ୍ଦିନଙ୍କୁ ଟାର୍ଗେଟ କରାଯାଇଥିଲା। ତେବେ ହାସିମ ସଫିଦ୍ଦିନଙ୍କୁ ହତ୍ୟା କରାଯାଇଛି କି ନାହିଁ ତାହା ନିଶ୍ଚିତ ହୋଇନାହିଁ। ଲେବାନନ୍ ରିପୋର୍ଟକୁ ଦର୍ଶାଇ ଇସ୍ରାଏଲ୍ ଗଣମାଧ୍ୟମ ଦାବି କରିଛି ଯେ ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ ବେରୁଟ୍‌ରେ ଦେହି ଉପକଣ୍ଠରେ ହାସିମ୍ ସଫିଦ୍ଦିନଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଛି। ରିପୋର୍ଟ ଅନୁଯାୟୀ, ନସ୍‌ରଲ୍ଲାଙ୍କୁ ହତ୍ୟା କରିଥିବା ଆକ୍ରମଣ ଅପେକ୍ଷା ଏହି ଇସ୍ରାଏଲ୍ ଆକ୍ରମଣ ବହୁତ ବଡ଼ ଧରଣର ଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking