22.1 C
Bhubaneswar
Saturday, March 8, 2025
Homeଦେଶ ବିଦେଶପାକିସ୍ତାନୀ ସେନା ଉପରେ ବଲୁଚିସ୍ତାନରେ ବଡ଼ ଆକ୍ରମଣ; ୧୭ ସୈନିକଙ୍କ ମୃତ୍ୟୁ

ପାକିସ୍ତାନୀ ସେନା ଉପରେ ବଲୁଚିସ୍ତାନରେ ବଡ଼ ଆକ୍ରମଣ; ୧୭ ସୈନିକଙ୍କ ମୃତ୍ୟୁ

ଇସ୍‌ଲାମ୍‌ବାଦ୍‌: ପାକିସ୍ତାନୀ ସେନା ଉପରେ ବଲୁଚିସ୍ତାନରେ ହୋଇଛି ବଡ଼ ଆକ୍ରମଣ । ପାକିସ୍ତାନର ବଲୁଚିସ୍ତାନରେ ବିଚ୍ଛିନ୍ନତାବାଦୀମାନେ ପାକିସ୍ତାନୀ ସେନା ଉପରେ ବଡ଼ ଆକ୍ରମଣ କରିଛନ୍ତି । ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ଏହି ଆକ୍ରମଣରେ ୧୭ ଜଣ ସୈନିକ ପ୍ରାଣ ହରାଇଛନ୍ତି । ପାକିସ୍ତାନୀ ଗଣମାଧ୍ୟମ ସୂତ୍ରରୁ ପ୍ରକାଶ ଯେ ବଲୁଚିସ୍ତାନର କଲାତ ଜିଲ୍ଲା ମଙ୍ଗୋଚର ଅଞ୍ଚଳରେ ସୀମାନ୍ତ କର୍ପସ୍ କ୍ୟାମ୍ପ୍ ଉପରେ ଏକ ସଶସ୍ତ୍ର ଗୋଷ୍ଠୀ ଆକ୍ରମଣ କରିଥିଲା । ଏହା ବ୍ୟତୀତ ଉଗ୍ରବାଦୀମାନେ କ୍ୱେଟା-କରାଚି ରାଜପଥକୁ କବଜା କରି ସେଠାରେ ପାକିସ୍ତାନୀ ସେନା ଗାଡ଼ିକୁ ଟାର୍ଗେଟ କରିଥିଲେ । ଗତ ରାତିରେ ହୋଇଥିବା ଏହି ଆକ୍ରମଣରେ ଏ ପର୍ଯ୍ୟନ୍ତ ୧୭ ଜଣଙ୍କ ମୃତ୍ୟୁ ଏବଂ ୩ ଜଣ ଆହତ ହୋଇଛନ୍ତି ।

କୁହାଯାଇଛି ଯେ ରାଜପଥରେ ଏକ ଗାଡ଼ି ଉପରେ ହୋଇଥିବା ଆକ୍ରମଣରେ ଅଧିକାଂଶ ଲୋକଙ୍କ ମୃତ୍ୟୁ ଘଟିଛି । ଏହି ଗାଡ଼ି ପାକିସ୍ତାନୀ ସେନାର ବୋଲି ଜଣାପଡ଼ିଛି । ବାଲୁଚ ବିଚ୍ଛିନ୍ନତାବାଦୀମାନେ ବିଭିନ୍ନ ସ୍ଥାନରେ ଆକ୍ରମଣ କରିଥିଲେ ଏବଂ ରାତିସାରା ଗୁଳି ବିନିମୟ ଜାରି ରହିଥିଲା । ସୁରକ୍ଷା ବାହିନୀ ସହ ଗୁଳି ବିନିମୟରେ ୪ ଜଣ ଉଗ୍ରବାଦୀଙ୍କ ମୃତ୍ୟୁ ଘଟିଛି । ସ୍ଥାନୀୟ ଅଧିକାରୀ କହିଛନ୍ତି ଯେ ଏବେ ଗୁଳି ବିନିମୟ ବନ୍ଦ ହୋଇଯାଇଛି । ଖାଲିକ୍ ଆବାଦରେ ବସ୍ ଉପରକୁ ଗୁଳି ଚଳାଯିବା ସହିତ କଲାତରେ ଆସିଷ୍ଟାଣ୍ଟ କମିଶନରଙ୍କ ବାସଭବନ ଉପରେ ମଧ୍ୟ ଆକ୍ରମଣ ହୋଇଛି । ଏହି ସମୟରେ ଖୈବର ପଖତୁନଖୱାରେ ପାଞ୍ଚଟି ପୃଥକ୍ ଅପରେସନରେ ୧୦ ଜଣ ଉଗ୍ରବାଦୀଙ୍କୁ ମରାଯାଇଥିବା ପାକିସ୍ତାନୀ ସେନା କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking