28.1 C
Bhubaneswar
Sunday, September 8, 2024
Homeଓଡିଶାଖୋଲିଲା ମଝିଘରିଆଣିଙ୍କ ଦାନହୁଣ୍ଡୀ

ଖୋଲିଲା ମଝିଘରିଆଣିଙ୍କ ଦାନହୁଣ୍ଡୀ

ରାୟଗଡା : ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣି ମାଙ୍କ ଦାନ ହୁଣ୍ଡି ଆଜି କଡା ସୁରକ୍ଷାମଧ୍ୟରେ ଖୋଲାଯାଇଛି । ଦୀର୍ଘ ଚାରି ମାସ ପରେ ଆଜି ଏହି ହୁଣ୍ଡି ଗୁଡିକ ଖୋଲାଯାଇଛି ।ଗଣତି କାର୍ଯ୍ୟରେ ମନ୍ଦିର ଟ୍ରଷ୍ଟ ସଭ୍ୟଙ୍କ ସହ ଭେଙ୍କେଟେଶ୍ୱର ମନ୍ଦିର ଓ ସାଇ ମନ୍ଦିରର ସଭ୍ୟ ମାନେ ସହଯୋଗ କରୁଛନ୍ତି ।ହୁଣ୍ଡିରୁ ପୁଳା ପୁଳା ଟଙ୍କା,ଟଙ୍କା,ସୁନା ବାହାରିଛି ।ଏହି ଗଣତି ପ୍ରାୟ ଆଜି ରାତି ପର୍ଯ୍ୟନ୍ତ ଚାଲିବ । ଗତ ମାର୍ଚ୍ଚ ମାସରେ ମା’ଙ୍କ ହୁଣ୍ଡି ଖୋଲାଯାଇଥିଲା । ସେହି ସମୟରେ ହୁଣ୍ଡିରୁ ୮୯ ଲକ୍ଷ ୭୨ ହଜାର ୨୨୫ ଟଙ୍କା,ସୁନା ୬୨ ଗ୍ରାମ, ରୁପା ୨ kg ୩୦୦ ଗ୍ରାମ, ବିଦେଶୀ ନୋଟ ୬୫ ଗୋଟି, ପୁରୁଣା ଅଚଳ ଦୁଇ ହଜାର ଟଙ୍କା ୩ ଗୋଟି, ଅଚଳ ୫ ଶହ ଟଙ୍କା ୬ ଗୋଟି ବାହାରିଥିଲା । ଏହି ଟଙ୍କା ଓ ଅଳଙ୍କାର କୁ ଓଡ଼ିଶା ତଥା ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ଭକ୍ତ ମାନେ ଦାନ ଆକାରରେ ଦେଇଥାନ୍ତି । ଆଜିର ସମସ୍ତ ଟଙ୍କା ଓ ଅଳଙ୍କାର ୟୁନିୟନ ବ୍ୟାଙ୍କରେ ଜମା କରାଯିବା ।ତେବେ ଗତଥର ଠାରୁ ଆହୁରି ଅଧିକ ଦାନ ମିଳିବା ଆଶା ରଖିଛନ୍ତି ମନ୍ଦିର ଟ୍ରଷ୍ଟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking