32.1 C
Bhubaneswar
Thursday, February 12, 2026
Homeଓଡିଶାସଂଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ କଳାତ୍ମକତା, ସୃଜନଶୀଳତା ଓ ସାଂସ୍କୃତିକ ଐତିହ୍ୟ ପ୍ରତି ଶ୍ରଦ୍ଧାର ମୂଲ୍ୟବୋଧକୁ...

ସଂଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ କଳାତ୍ମକତା, ସୃଜନଶୀଳତା ଓ ସାଂସ୍କୃତିକ ଐତିହ୍ୟ ପ୍ରତି ଶ୍ରଦ୍ଧାର ମୂଲ୍ୟବୋଧକୁ ବଜାୟ ରଖନ୍ତୁ- ରାଜ୍ୟପାଳ

ଭୁବନେଶ୍ୱର: ଓଡ଼ିଶାର ଗର୍ବ ଓ ଗୌରବ ସଂଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ କଳାତ୍ମକତା, ସୃଜନଶୀଳତା ଓ ସାଂସ୍କୃତିକ ଐତିହ୍ୟ ପ୍ରତି ଶ୍ରଦ୍ଧାର ମୂଲ୍ୟବୋଧକୁ ବଜାୟ ରଖିବାକୁ ଡ଼. ହରି ବାବୁ କମ୍ଭମପାଟି ଆହ୍ୱାନ ଜଣାଇଛନ୍ତି । ଚଳିତ ମଇ ୨୬ ତାରିଖ ସନ୍ଧ୍ୟାରେ “ସଂଗୀତ ସୁଧାକର ବାଳକୃଷ୍ଣ ଦାଶ ଫାଉଣ୍ଡେସନ” ଆନୁକୂଲ୍ୟରେ ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ର ମଣ୍ଡପଠାରେ ଫାଉଣ୍ଡେସନର ବାର୍ଷିକ ଉତ୍ସବ ଏବଂ ସଂଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ ଜୟନ୍ତୀ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଏହି ଆହ୍ୱାନ ଜଣାଇଛନ୍ତି । ଏହି ସମାରୋହରେ ଉଦବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ, ଓଡ଼ିଶାର ସାଂସ୍କୃତିକ ଐତିହ୍ୟକୁ ସମୃଦ୍ଧ କରିଥିବା ଜଣେ ପ୍ରଥିତଯଶା ସଂଗୀତଜ୍ଞ ସଂଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ ଜୟନ୍ତୀ ପାଳନ ତାଙ୍କ ପ୍ରତି ଏକ ହୃଦୟସ୍ପର୍ଶୀ ଶ୍ରଦ୍ଧାଞ୍ଜଳି । ସଂଗୀତ କୌଣସି ଭାଷା ଓ ସୀମା ଭିତରେ ଆବଦ୍ଧ ନ ହୋଇ ଏହା ପରିବ୍ୟାପ୍ତ ହୋଇଥାଏ, ଯାହା ସଂଗୀତ ସୁଧାକରଙ୍କ କ୍ଷେତ୍ରରେ ଘଟିଥିଲା ।

ବାଲ୍ୟକାଳରୁ ସଂଗୀତ ସାଧନା ପାଇଁ ସଂଗୀତ ସୁଧାକରଙ୍କ ନିଷ୍ଠା, ତ୍ୟାଗ ଓ ସମର୍ପଣ ପୀଢ଼ି ପୀଢ଼ିକୁ ପ୍ରେରଣା ଯୋଗାଇବ । ମହାନ ଗୁରୁଙ୍କ ସଂସ୍ପର୍ଶରେ ଆସି ଜଣେ ସିଦ୍ଧ ସଙ୍ଗୀତଜ୍ଞ ହେଵା ପରେ ଓଡ଼ିଶାରେ ଯେତେବେଳେ ବେତାର କେନ୍ଦ୍ରର ସୁବିଧା ନ ଥିଲା, ସେତେବେଳେ କୋଲକାତା ବେତାର କେନ୍ଦ୍ରରୁ ଓଡ଼ିଶାର ସଂଗୀତକୁ ଲୋକପ୍ରିୟ କରି ଆଗେଇ ନେବାରେ ଯେଉଁ ପରାକାଷ୍ଠା ଦେଖାଇଥିଲେ ତାହା ବାସ୍ତବିକ ପ୍ରଶଂସନୀୟ । ଓଡ଼ିଆ ସିନେମାରେ ସଂଗୀତ କ୍ଷେତ୍ରରେ ଏବଂ ଶାସ୍ତ୍ରୀୟ ଓ ଲୋକ ପରମ୍ପରାକୁ ସ୍ୱରରେ ରୂପ ଦେବାରେ ତାଙ୍କର ଅତୁଳନୀୟ ଅବଦାନ କାଳଜୟୀ ହୋଇ ରହିବ । ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ଶିକ୍ଷାଦାନ କରି ସେ ଅଗଣିତ ସଙ୍ଗୀତଜ୍ଞ ସୃଷ୍ଟି କରିଛନ୍ତି ଯେଉଁ ମାନେ ଓଡ଼ିଶାର ସଂଗୀତ ଐତିହ୍ୟକୁ ଆଗେଇ ନେବାରେ ଯେଉଁ ଭୂମିକା ନିଭାଇଛନ୍ତି ତାହା ତାଙ୍କର ଗଭୀର ପ୍ରଭାବକୁ ପ୍ରତିଫଳିତ କରୁଛି ବୋଲି ରାଜ୍ୟପାଳ କହିଥିଲେ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ସଂଗୀତ ନାଟକ ଏକାଡ଼େମୀ ଏ ଭଳି ପ୍ରତିଭାଧରଙ୍କୁ ସମ୍ମାନିତ କରିବା ଦ୍ୱାରା ରାଜ୍ୟ ଗର୍ବିତ ହୋଇଛି । ସଂଗୀତ ସୁଧାକର ବାଳକୃଷ୍ଣ ଦାଶ ଜଣେ ଯୋଗଜନ୍ମା ସଂଗୀତ ସାଧକ ଯାହାଙ୍କର ସଂଗୀତ ଓଡ଼ିଶାର ଆତ୍ମା ସହିତ ନିମ୍ମଜିତ ହୋଇଛି ଏବଂ ପୀଢ଼ି ପରେ ପୀଢ଼ି ଶ୍ରୋତାମାନଙ୍କର ହୃଦୟରେ ପ୍ରତିଧ୍ଵନିତ ହେଉଛି ବୋଲି ରାଜ୍ୟପାଳ କହିଥିଲେ ।

“ସଂଗୀତ ସୁଧାକର ବାଳକୃଷ୍ଣ ଦାଶ ଫାଉଣ୍ଡେସନ” ଓଡିଶୀ ସଂଗୀତର ସଂରକ୍ଷଣ ଓ ଏହାକୁ ପ୍ରୋତ୍ସାହନ ଯୋଗାଇବା, କଳାକାରମାନଙ୍କୁ ସ୍ମାରକୀ ସମ୍ମାନ ପ୍ରଦାନ କରିବା ସହ ଯୁବ ପ୍ରତିଭାମାନଙ୍କର ଉତ୍ତରଣ ପାଇଁ ଛାତ୍ରବୃତ୍ତି ପ୍ରଦାନ କରିବା ପଦକ୍ଷେପ ତାଙ୍କର ଦୃଷ୍ଟିକୋଣର ଏକ ପ୍ରମାଣ ବୋଲି ରାଜ୍ୟପାଳ କହିବା ସହିତ ଆୟୋଜକମାନଙ୍କର ପଦକ୍ଷେପକୁ ପ୍ରଶଂସା କରିଥିଲେ ।ଏହି ସମାରୋହରେ ଓଡିଶା ସବ୍-ଅର୍ଡିନେଟ୍ ଷ୍ଟାଫ୍ ସିଲେକସନ କମିଶନର ଅଧ୍ୟକ୍ଷ ଲଳିତ ଦାଶ, ଓ.ପି.ଏଚ୍.ଡବ୍ଲୁ୳.ସି.ର ସି.ଏମ୍.ଡି. ସୌମେନ୍ଦ୍ର ପ୍ରିୟଦର୍ଶୀ, ଜେ.ଏସ୍.ପି.ଏଲ୍.ର ଏକଜିକୁ୳ଟିଭ ଭାଇସ୍ ପ୍ରେସିଡେଣ୍ଟ ବିଭୁ ପ୍ରସାଦ ମିଶ୍ର, ” ସଂଗୀତ ସୁଧାକର ବାଳକୃଷ୍ଣ ଦାଶ ଫାଉଣ୍ଡେସନ “ର ସମ୍ପାଦକ ଗୁରୁ ରାମ ହରି ଦାଶ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ପ୍ରାରମ୍ଭରେ ଫାଉଣ୍ଡେସନର ପ୍ରେସିଡେଣ୍ଟ ମନୋରଞ୍ଜନ ପାଣିଗ୍ରାହୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ବିଶ୍ୱବିଖ୍ୟାତ ବଂଶୀବାଦକ ପଦ୍ମବିଭୂଷଣ ହରି ପ୍ରସାଦ ଚୌରାସିଆଙ୍କୁ “ସଂଗୀତ ସୁଧାକର ବାଳକୃଷ୍ଣ ଦାଶ ସ୍ମାରକୀ ପୁରସ୍କାର” ପ୍ରଦାନ କରାଯାଇଥିବା ବେଳେ ବିଭିନ୍ନ ବର୍ଗରେ ପାରଦର୍ଶିତା ହାସଲ କରିଥିବା ବ୍ୟକ୍ତିଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking