ପୁରୀ: ପୁରୀ ପୌରସଂସ୍ଥାକୁ ଚିଠି କଲେ ଶ୍ରୀମନ୍ଦିର ପ୍ରଶାସନ । ଶରଧାବାଲି ପବିତ୍ରତା ବଜାୟ ରଖିବାକୁ ଅନୁରୋଧ କରିଛନ୍ତି । ସମ୍ବେଦନଶୀଳ ପ୍ରସଙ୍ଗରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି । ରଥଯାତ୍ରା ସହ ପବିତ୍ର ଶରଧାବାଲିର ଅନେର ଗୁରୁତ୍ୱ ରହିଛି । ଶରଧାବାଲିକୁ ଅନ୍ୟ କାଯ୍ୟ ପାଇଁ ବ୍ୟବହାର କରାନଯାଉ । ସୁରକ୍ଷା ତଥା ଉନ୍ନତିକରଣ ପାଇଁ ପଦକ୍ଷେପ ନିଆଯାଉ । ଶ୍ରୀଜଗନ୍ନାଥ ମନ୍ଦିର ପରମ୍ପରା ତଥା ଐତିହ୍ୟ ରୁଦ୍ଧିମନ୍ତ ହେବ । କେବଳ ଶ୍ରୀଜଗନ୍ନାଥ ସଂସ୍କୃତି ସକାଶେ ସଂରକ୍ଷିତ ରଖ । ଶ୍ରଦ୍ଧାଳୁମାନଙ୍କ ସମୂହ ସ୍ୱାର୍ଥରେ ଆସୁ ଶରଧାବାଲି ।