14.1 C
Bhubaneswar
Sunday, December 7, 2025
Homeଓଡିଶାଶାନ୍ତିଶୃଙ୍ଖଳା ବଜାୟ ରଖ: ଆଇନ ମନ୍ତ୍ରୀ

ଶାନ୍ତିଶୃଙ୍ଖଳା ବଜାୟ ରଖ: ଆଇନ ମନ୍ତ୍ରୀ

ଭୁବନେଶ୍ୱର: କଟକରେ ଶାନ୍ତି ବଜାୟ ରଖିବାକୁ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଅପିଲ କରିଛନ୍ତି । କହିଛନ୍ତି, ଉଦବେଗଜନକ  ସ୍ଥତିରୁ ଧିରେଧିରେ ସାଧାରଣ ହେଉଛି ପରିସ୍ଥିତି । ଯଥାଯୋଗ୍ୟ ପଦକ୍ଷେପ ନେବା କଥା ପୋଲିସ ପ୍ରଶାସନ ନେଇଛନ୍ତି । କଟକ ସମ୍ମାନରେ ନଆସୁ ।  ସମସ୍ତେ ଶାନ୍ତିଶୃଙ୍ଖଳା ବଜାୟ ରଖନ୍ତୁ ।  ଅଭିଯୁକ୍ତଙ୍କ ବିରୋଧରେ କଠୋର ଶାସ୍ତି ବିଧାନ ହେବ ।

କଟକରେ କର୍ଫ୍ୟୁ, ଆସନ୍ତାକାଲି ସକାଳ ୧୦ଟା ପର୍ଯ୍ୟନ୍ତ ସହରର ବିଭିନ୍ନ ସ୍ଥାନରେ କର୍ଫ୍ୟୁ ବଳବତ୍ତର ରହିବ । ବିଶେଷ କରି ଦରଘା ବଜାର ସମେତ ୧୩ ଥାନା ଅଞ୍ଚଳରେ କର୍ଫ୍ୟୁ ଘୋଷଣା କରିଛି କମିସନରେଟ ପୁଲିସ୍ । ବର୍ତ୍ତମାନ ବିଭିନ୍ନ ସ୍ଥାନରେ ସ୍ଥିତି ଶୃଙ୍ଖଳିତ ଥିବା ସୂଚନା ଦେଇଛନ୍ତି ଆଇନ ଶୃଙ୍ଖଳା ଏଡିଜି । ତେବେ ସମ୍ବେଦନଶୀଳ ସ୍ଥାନରେ ୬୦ ପ୍ଲାଟୁନ୍ ଫୋର୍ସ ସମେତ ୮ କେନ୍ଦ୍ରୀୟ ଫୋର୍ସ ମୁତୟନ ହୋଇଛନ୍ତି । ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ଗାମେଢ଼ ଭସାଣି ବେଳେ ହାତୀପୋଖରୀଠାରେ ଘଟିଥିବା ଗଣ୍ଡଗୋଳର ପ୍ରତିଫଳନ ପୁଣିଥରେ ରବିବାର ଦେଖିବାକୁ ମିଳିଛି । ଭସାଣିରେ ଗଣ୍ଡଗୋଳ ପ୍ରତିବାଦରେ କଟକ ବନ୍ଦ ଡାକରାକୁ ସମର୍ଥନ କରି ବିଶ୍ବହିନ୍ଦୁ ପରିଷଦ ଓ ଅନ୍ୟ ସଂଗଠନ ପକ୍ଷରୁ ମୋଟର ସାଇକଲ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ଶୋଭାଯାତ୍ରା ଯାଉଥିବା ସମୟରେ ପୁଲିସ କିଛି ଶୋଭାଯାତ୍ରାକାରୀଙ୍କୁ ବଜ୍ରକବାଟୀ ନିକଟରେ ଅଟକାଇବାରୁ ଉତ୍ତେଜନା ବଢ଼ିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking