ଭୁବନେଶ୍ୱର: ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଶେଷ । ସଚିବସ୍ତରୀୟ ବୈଠକ ପରେ ମୁଖ୍ୟ ସଚିବ ଅନୁ ଗର୍ଗଙ୍କ ସୂଚନା । ସୂଚନା ଦେଇ ମୁଖ୍ୟ ସଚିବ କହିଛନ୍ତି ଯେ ପାନୀୟଜଳ ପ୍ରକଳ୍ପକୁ ଗୁରୁତ୍ୱ ଦେବା ପାଇଁ ଆଲୋଚନା ହୋଇଛି । ଆସନ୍ତା ବଜେଟ୍ରେ କଣ ନୂଆ ପଦକ୍ଷେପ ନିଆଯିବ ଆଲୋଚନା ହୋଇଛି । ମୁଖ୍ୟମନ୍ତ୍ରୀ ଦେଇଥିବା ୧୫ ପଏଣ୍ଟର କାର୍ଯ୍ୟକାରୀ ପାଇଁ ଆଲୋଚନା ହୋଇଛି । ପ୍ରତି ମାସ ୧୬ ତାରିଖରେ ଜିଲ୍ଲାପାଳମାନଙ୍କ ସହ ବୈଠକ ହେବ । ପ୍ରତି ମାସ ତୃତୀୟ ମଙ୍ଗଳବାର ସିଙ୍ଗିଲ୍ ୱିଣ୍ଡୋ ବୈଠକ ଅନୁଷ୍ଠିତ ହେବ । କୋଲକାତା ଇନଭେଷ୍ଟର ମିଟ୍ ପାଇଁ ମୁଖ୍ୟମନ୍ତ୍ରୀ, ଶିଳ୍ପ ସଚିବଙ୍କ ସହ ମୁଁ ଯିବି ।










