17.1 C
Bhubaneswar
Tuesday, December 23, 2025
Homeଓଡିଶାଦଶମ ଶ୍ରେଣୀ ଛାତ୍ରୀ ମା ହେବା ଘଟଣାରେ ଗିରଫ ହେଲେ ମୁଖ୍ୟ ଅଭିଯୁକ୍ତ

ଦଶମ ଶ୍ରେଣୀ ଛାତ୍ରୀ ମା ହେବା ଘଟଣାରେ ଗିରଫ ହେଲେ ମୁଖ୍ୟ ଅଭିଯୁକ୍ତ

ଯାଜପୁର: ଯାଜପୁର ଜିଲ୍ଲା ର ଜଣେ ମାଟ୍ରିକ ପରୀକ୍ଷାର୍ଥୀ ଛାତ୍ରୀ ମା ହେବା ଘଟଣା ସମଗ୍ର ଯାଜପୁର ଜିଲ୍ଲା ରେ ଚର୍ଚା ର ବିଷୟ ବସ୍ତୁ ହୋଇ ଥିଲା ପୋଲିସ୍ ଏଥି ରେ ଥିବା ସମ୍ପୃକ୍ତ ନାୟକ କୁ ଠାବ କରି ଗିରଫ କରିଛି l ଯାଜପୁର ଜିଲ୍ଲା ବରୀ ବ୍ଲକ ରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ମା ହେବା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି ବରୀ ରାମଚନ୍ଦ୍ରପୁର ପୋଲିସ l ଗିରଫ ଅଭିଯୁକ୍ତ ଜଣକ ହେଲେ ରାମଚନ୍ଦ୍ରପୁର ଗାଁର ଚିଣ୍ଟୁ ଜେନା l ଏହି ଘଟଣାରେ ଯାଜପୁର ଶିଶୁ ସୁରକ୍ଷା ୟୁନିଟ ତରଫରୁ ବରୀ ରାମଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା l ଘଟଣାର ତଦନ୍ତ କରି ବରୀ ପୋଲିସ ୮୦/୨୫ ରେ ମାମଲା ରୁଜୁ କରି ଅଭିଯୁକ୍ତ ଚିଣ୍ଟୁ ଜେନାକୁ ଗିରଫ କରିଛି l ସୂଚନା ଅନୁଯାଇ ନାବାଳିକା ଛାତ୍ରୀ ଜଣକ ବରୀ ଅଂଚଳରେ ଏକ ସରକାରୀ ସ୍କୁଲର ଛାତ୍ରୀ ଅଟନ୍ତି l ଚଳିତ ଦଶମ ପରୀକ୍ଷାରେ ସେ ଦୁଇଟି ବିଷୟରେ ପରୀକ୍ଷା ଦେଇଥିଲେ କିନ୍ତୁ ଗତ ବୁଧବାର ଦିନ ରାତିରେ ତାଙ୍କ ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ବରୀ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ l ସେଠାରେ ଛାତ୍ରୀ ଜଣଙ୍କ ଏକ ଶିଶୁ କନ୍ୟା କୁ ଜନ୍ମ ଦେଇଥିଲେ l ପରେ ଉଭୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସା ଳୟକୁ ସ୍ଥାନାନ୍ତର କରାଯାଇଥିଲା l ଏବେ ଉଭୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଜଣାପଡିଛି l ତେବେ କେଉଁ ପରିସ୍ଥିତିରେ ଛାତ୍ରୀ ଜଣକ ଗର୍ଭବତୀ ହେଲେ ଏନେଇ ବରୀ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଚିଣ୍ଟୁ ଜେନାଙ୍କୁ ଗିରଫ କରିଛି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking