ସମ୍ବଲପୁର: ମହିମା ଗୋସାଇଁ ସାଲିମାର ଏକ୍ସପ୍ରେସ ଲାଇନଚ୍ୟୁତ । ସମ୍ବଲପୁର ସିଟି ରେଳଷ୍ଟେସନରେ ଲାଇନଚ୍ୟୁତ ହୋଇଛି ଟ୍ରେନ । ଭୁବନେଶ୍ୱରରୁ ସମ୍ବପୁର ଆସୁଥିବା ବେଳେ ଘଟଣା ଘଟିଛି । ସମ୍ବଲପୁର ନିକଟରେ ଲାଇନଚ୍ୟୁତ ହୋଇଥିବା ବେଳେ ପୂର୍ୱତଟ ରେଲୱେ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଟ୍ରେନ ଲାଇନଚ୍ୟୁତ ହୋଇଥିବା ବେଳେ କୌଣସି କ୍ଷୟକ୍ଷତି ହୋଇ ନାହିଁ ।










