27.1 C
Bhubaneswar
Wednesday, February 4, 2026
Homeଓଡିଶାଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ ମହାସ୍ନାନ

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ ମହାସ୍ନାନ

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ ମହାସ୍ନାନ । ଭିତର କାଠ ନିକଟରେ ଜଣେ ଶ୍ରଦ୍ଧାଳୁ ବାନ୍ତି କରିବାରୁ ଶ୍ରୀମନ୍ଦିରରେ ବଡ ମହାସ୍ନାନ ହୋଇଛି । ଶ୍ରୀଜିଉଙ୍କ ବନକଲାଗି ନୀତି ବିଳମ୍ବରେ ପାଳନ ହେବ । ସୂଚନାଥାଉ କି ଆଜି ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି  । ଦତ୍ତ ମହାପାତ୍ର ସେବକମାନେ ଶ୍ରୀବିଗ୍ରହଙ୍କ ଶୃଙ୍ଗାର କରିବେ। ଦ୍ବିତୀୟ ଭୋଗମଣ୍ଡପ ପରେ ଏହି ନୀତି ଆରମ୍ଭ ହେବ। ଏଥିପାଇଁ ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବୁଧବାର ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଅପରାହ୍ଣ ପ୍ରାୟ ୫ଟାରୁ ବନକଲାଗି ନୀତି ଆରମ୍ଭ ହେବା ସହ ସର୍ବସାଧାରଣ ବନ୍ଦ ରହିବ। ଅପରାହ୍ଣ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବନକଲାଗି ନୀତି ଅନୁଷ୍ଠିତ ହେବ। ରାତି ୧୦ଟା ପରେ ସର୍ବସାଧାରଣ ଦର୍ଶନ ସ୍ବାଭାବିକ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking