27.1 C
Bhubaneswar
Sunday, March 22, 2026
Homeଓଡିଶାମହାଶିବରାତ୍ରିରେ କାହିଁକି ଉପବାସ କରିବା ଉଚିତ ଆସନ୍ତୁ ଜାଣିବା..

ମହାଶିବରାତ୍ରିରେ କାହିଁକି ଉପବାସ କରିବା ଉଚିତ ଆସନ୍ତୁ ଜାଣିବା..

ଭୁବନେଶ୍ୱର : ଦେବ ଦେବ ମହାଦେବଙ୍କର ସୁବଠୁ ବଡ଼ ପର୍ବ ମହାଶିବରାତ୍ରି । ଶିବ ସାଧନାରେ ମହାପର୍ବ ଜାଗର । ହିନ୍ଦୁ ପରମ୍ପରାରେ ମହାଶିବରାତ୍ରିକୁ ବର୍ଷର ସବୁଠାରୁ ଆଧ୍ୟାତ୍ମିକ ଶକ୍ତିଶାଳୀ ରାତି ବୋଲି ବିଶ୍ୱାସ କରାଯାଏ । ଜାଗରରେ ଲକ୍ଷ ଲକ୍ଷ ଭକ୍ତ ଭଗବାନ ଶିବଙ୍କ ଆଶୀର୍ବାଦ ପାଇବା ପାଇଁ ଉପବାସ ରଖନ୍ତି, କିନ୍ତୁ ଆପଣ କ’ଣ ଜାଣିଛନ୍ତି କି ଏହି ରାତିରେ ଉପବାସ କରିବା ବିଜ୍ଞାନସମ୍ମତ? ତେବେ ଆସନ୍ତୁ ଜାଣିବା, କାହିଁକି ମହାଶିବରାତ୍ରିରେ ଉପବାସ କରିବା ଗୁରୁତ୍ୱପୂର୍ଣ୍ଣ ଏବଂ ଏହାକୁ ସଠିକ୍ ଉପାୟରେ କିପରି ପାଳନ କରିବା।

ହିନ୍ଦୁ ବର୍ଷ ଅନୁସାରେ ଫାଲଗୁନ ମାସର କୃଷ୍ଣ ପକ୍ଷର ଚତୁର୍ଦ୍ଦଶୀ ତିଥିରେ ମହାଶିବରାତ୍ରି ପାଳିତ ହୁଏ । ଚଳିତ ବର୍ଷ ମହାଶିବରାତ୍ରି ୨୬ ଫେବୃଆରୀରେ ପାଳନ କରାଯିବ । ଚତୁର୍ଦ୍ଦଶୀ ତିଥି ୨୬ ଫେବୃଆରୀ ସକାଳ ୧୧.୦୮ରୁ ଆରମ୍ଭ ହୋଇ ୨୭ ଫେବୃଆରୀ ସକାଳ ୮.୫୪ରେ ଶେଷ ହେବ । ମହାଶିବରାତ୍ରି ସମୟରେ ଉପବାସ ମନ ଏବଂ ଶରୀରକୁ ଶୁଦ୍ଧ କରିବାର ଏକ ଉପାୟ । ହିନ୍ଦୁ ବିଶ୍ୱାସ ଅନୁସାରେ, ଏହି ଦିନ ଖାଦ୍ୟଠାରୁ ଦୂରେଇ ରହିବା ଭକ୍ତମାନଙ୍କୁ ପ୍ରାର୍ଥନା, ଧ୍ୟାନ ଏବଂ ଆତ୍ମ-ଶୃଙ୍ଖଳାରେ ଧ୍ୟାନ ଦେବାରେ ସାହାଯ୍ୟ କରେ । ବିଶ୍ୱାସ କରାଯାଏ ଯେ, ଯେତେବେଳେ ଆମେ ଉପବାସ କରୁ, ଆମ ଭିତରେ ସକାରାତ୍ମକ ଶକ୍ତି ସୃଷ୍ଟି ହୁଏ । ଏହା ଆମକୁ ଭଗବାନ ଶିବଙ୍କ ସହିତ ଅଧିକ ଗଭୀର ଭାବରେ ସଂଯୋଗ କରିଥାଏ ।
ବୈଜ୍ଞାନିକ ଦୃଷ୍ଟିକୋଣରୁ, ଉପବାସ ଦ୍ୱାରା ପାଚନ ତନ୍ତ୍ରକୁ କିଛି ସମୟ ବ୍ରେକ ଦେଇଥାଏ ।

ଯାହା ଶରୀରକୁ ସ୍ଥିର ଏବଂ ପୁନଃଗଠିତ କରିବାରେ ସାହାଯ୍ୟ କରେ । ରିସର୍ଚ୍ଚ ଫ୍ରମ ଇଟାଲୀ (ଇଟାଲୀର ଏକ ଗବେଷଣା)ରୁ ଜଣାପଡିଛି ଯେ, ଉପବାସ ରକ୍ତରେ ଶର୍କରାକୁ ନିୟନ୍ତ୍ରଣ କରିବା, ମେଟାବୋଲିଜିମକୁ ବୃଦ୍ଧି କରିବା ଏବଂ ଦୀର୍ଘାୟୁତାକୁ ବୃଦ୍ଧି କରିବାରେ ସାହାଯ୍ୟ କରେ । ଧ୍ୟାନ ଏବଂ ପ୍ରାର୍ଥନା କରି ଉପବାସ କଲେ ଏହା ଶରୀର ଏବଂ ମନ ଉଭୟକୁ ସଫା ରଖି ଶକ୍ତିଶାଳୀ କରିଥାଏ । ମନରେ ଏକାଗ୍ରତା ସୃଷ୍ଟି କରେ।ଆମେ ଉପବାସ କରିବା ସମୟରେ ଆମର ପାଚନ ତନ୍ତ୍ରକୁ ଏକ ଆବଶ୍ୟକୀୟ ବିଶ୍ରାମ ମିଳିଥାଏ, ଯାହା ଅନ୍ତନଳୀର ସ୍ୱାସ୍ଥ୍ୟକୁ ଉନ୍ନତ କରିଥାଏ । ଉପବାସ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରେ । ଏହା ସାମଗ୍ରିକ ଭାବରେ ଶରୀରର ଅଙ୍ଗପ୍ରତ୍ୟଙ୍ଗର କାର୍ଯ୍ୟକୁ ଉନ୍ନତ କରିଥାଏ । ଉପବାସ ସମୟରେ ଭାରୀ ଖାଦ୍ୟ ଯୋଗୁଁ ହେଉଥିବା ଆଳସ୍ୟ ଦୂର ହେବା ସହ, ମନ ତୀକ୍ଷ୍ଣ ଏବଂ ଅଧିକ ଧ୍ୟାନ କେନ୍ଦ୍ରିତ ହୋଇଥାଏ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking