25.1 C
Bhubaneswar
Saturday, March 21, 2026
Homeଦେଶ ବିଦେଶମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ ଭୋଟ ଗଣତି ଆରମ୍ଭ

ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ ଭୋଟ ଗଣତି ଆରମ୍ଭ

ମୁମ୍ବାଇ/ରାଞ୍ଜି: ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡରେ ଭୋଟଗଣତି ଆରମ୍ଭ ହୋଇଛି। ମହାରାଷ୍ଟ୍ରର ୨୮୮ ଆସନ ମଧ୍ୟରୁ ୯୬ ଆସନରେ ଗଣତି ଜାରି ରହିଛି। ସେଥିରୁ ୬୯ ଆସନରେ ଏନଡିଏ (ବିଜେପି ନେତୃତ୍ଵାଧୀନ ମହାୟୁତି) ଆଗରେ ରହିଛି। କଂଗ୍ରେସ ୨୧ ଆସନରେ ଆଗରେ ଥିବାବେଳେ ଅନ୍ୟାନ୍ୟ ଦଳଗୁଡ଼ିକ ୬ ଆସନରେ ଆଗରେ ରହିଛନ୍ତି। ମୁମ୍ବଇର ଓର୍ଲି ଆସନରେ ଆଦିତ୍ୟ ଠାକରେ ଆଗରେ ରହିଛନ୍ତି।

ସେହିପରି ଝାଡ଼ଖଣ୍ଡରେ ୮୧ ଆସନରେ ନିର୍ବାଚନ ହୋଇଥିବାବେଳେ ୪୪ ଆସରେ ଗଣତି ଚାଲିଛି। ସେଥିରୁ ଏନଡିଏ ୩୧ ଆସନ ଏବଂ କଂଗ୍ରେସ ନେତୃତ୍ଵାଧୀନ ଇଣ୍ଡି ମେଣ୍ଟ ୧୨ ଆସନରେ ଆଗରେ ରହିଛି। ଗୋଟିଏ ଆସନରେ ସ୍ଵାଧୀନ ପ୍ରାର୍ଥୀ ଆଗରେ ଅଛନ୍ତି। ହେମନ୍ତ ସୋରେନ ଆଗରେ ଥିବା ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking