24.1 C
Bhubaneswar
Friday, February 13, 2026
Homeଦେଶ ବିଦେଶଧ୍ୱଂସ ଆଡକୁ ଯାଉଛି ମହାରାଷ୍ଟ୍ରର ଆଇନ ବ୍ୟବସ୍ଥା: ରାହୁଲ

ଧ୍ୱଂସ ଆଡକୁ ଯାଉଛି ମହାରାଷ୍ଟ୍ରର ଆଇନ ବ୍ୟବସ୍ଥା: ରାହୁଲ

ନୂଆଦିଲ୍ଲୀ : ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ରବିବାର ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ନେତା ବାବା ସିଦ୍ଦିକିଙ୍କ ହତ୍ୟାକୁ ନେଇ ମହାରାଷ୍ଟ୍ରରେ ଆଇନ ଶୃଙ୍ଖଳା ପରିସ୍ଥିତି ଧ୍ୱଂସ ଆଡକୁ ଯାଉଥିବା କହିଛନ୍ତି। ସେ କହିଛନ୍ତି, ବାବା ସିଦ୍ଦିକିଙ୍କ ଦେହାନ୍ତ ଆଶ୍ଚର୍ଯ୍ୟଜନକ ଏବଂ ଦୁଃଖଦାୟକ। ଏହି କଷ୍ଟ ସମୟରେ ତାଙ୍କ ପରିବାର ସହିତ ମୋର ସମବେଦନା। ସେ ଟୁଇଟରରେ ଏକ ପୋଷ୍ଟରେ ଲେଖିଛନ୍ତି, ଏହି ଭୟାଙ୍କର ଘଟଣା ମହାରାଷ୍ଟ୍ରରେ ଆଇନ ଏବଂ ବ୍ୟବସ୍ଥାର ସମ୍ପୂର୍ଣ୍ଣ ପତନକୁ ଦର୍ଶାଉଛି।

ସରକାର ଏହାକୁ ଦାୟିତ୍ୱ ଭାବେ ଗ୍ରହଣ କରିବାକୁ ପଡିବ ଏବଂ ଏହି ଘଟଣାରେ ନ୍ୟାୟ ପ୍ରଦାନ କରାଯିବା ଉଚିତ୍‌। କଂଗ୍ରେସ ନେତା କହିଛନ୍ତି ଯେ ଶନିବାର ରାତି ପ୍ରାୟ ୯ଟା ୩୦ରେ ମୁମ୍ବାଇର ଖେର ନାଗରସ୍ଥିତ ତାଙ୍କ ପୁଅଙ୍କ କାର୍ଯ୍ୟାଳୟ ବାହାରେ ବାବା ସିଦ୍ଦିକିଙ୍କୁ ତିନି ଜଣ ଲୋକ ଅଟକାଇ ଥିଲେ। ଏହା ପରେ ତାଙ୍କୁ ଗୁଳି କରାଯାଇଥିଲା। ତାଙ୍କୁ ଲୀଲାବତୀ ହସ୍ପିଟାଲକୁ ଅଣାଯାଇ ସେଠାରେ ମୃତ ଘୋଷଣା କରାଯାଇଥିଲା। ବାନ୍ଦ୍ରା ୱେଷ୍ଟର ତିନିଥର ବିଧାୟକ ବାବା ସିଦ୍ଦିକି ଚଳିତ ବର୍ଷ ଫେବୃଆରୀରେ କଂଗ୍ରେସରୁ ଇସ୍ତଫା ଦେବା ପରେ ଅଜିତ ପାୱାରଙ୍କ ଏନସିପିରେ ଯୋଗ ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking