32.1 C
Bhubaneswar
Wednesday, October 30, 2024
Homeଦେଶ ବିଦେଶମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନ, ଚିନ୍ତାରେ ବିଜେପି

ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନ, ଚିନ୍ତାରେ ବିଜେପି

ପୁଣେ: ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନ ଶାସକ ଦଳ ବିଜେପି ପାଇଁ ଏକ ବଡ଼ ଅଗ୍ନିପରୀକ୍ଷା ହେବାକୁ ଯାଉଛି । ଆସନ୍ତା କିଛି ମାସ ମଧ୍ୟରେ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହାପୂର୍ବରୁ ବିଧାନ ପରିଷଦ ନିର୍ବାଚନ ବିଜେପି ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିବ । ବିଶେଷକରି ୨୦୨୪ ଲୋକସଭା ନିର୍ବାଚନରେ ମହାରାଷ୍ଟ୍ରରୁ ମିଳିଥିବା ପରାଜୟ ବିଜେପିକୁ ଏବେ କିଛି ମାତ୍ରାରେ ଭୟଭୀତ କରିଦେଇଛି । ବିଜେପି ଏବେ ନିଜ ସହଯୋଗୀ ଦଳଙ୍କ ସହ ମିଶି ନିଜ ଶକ୍ତି ସଂଚାର କରିବାକୁ ଉଦ୍ୟମ ଆରମ୍ଭ କରିଛି । ପ୍ରକାଶ, ଆସନ୍ତା ୨/୩ ଦିନ ମଧ୍ୟରେ ମହାରାଷ୍ଟ୍ରରେ ବିଧାନ ପରିଷଦ ନିର୍ବାଚନ ହେବାକୁ ଯାଉଛି । ରାଜ୍ୟରେ ୧୧ଟି ଆସନ ପାଇଁ ୧୨ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି । ସଂଖ୍ୟା ଗଣିତ ଅନୁସାରେ ମହାରାଷ୍ଟ୍ର ବିଧାନସଭାରେ ବିଜେପିର ଏବେ ୧୦୩ ବିଧାୟକ ରହିଥିବା ବେଳେ ସହଯୋଗୀ ଦଳ ଶିବସେନା (ଏକନାଥ ଶିନ୍ଦେ)ଙ୍କ ପାଖରେ ୩୮ ବିଧାୟକ ଅଛନ୍ତି ।

ସେହିପରି ବିଜେପିର ଅନ୍ୟତମ ସହଯୋଗୀ ଦଳ ଏନ୍‌ସିପି (ଅଜିତ ପାୱାର) ଗୋଷ୍ଠୀରେ ମଧ୍ୟ ୪୦ ଜଣ ବିଧାୟକ ଅଛନ୍ତି । ଏଥିସହିତ ୧୦ରୁ ଅଧିକ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ମଧ୍ୟ ବିଜେପି-ଏନ୍‌ସିପି-ଶିବସେନାକୁ ନେଇ ଗଠିତ ଏନ୍‌ଡିଏ ମେଣ୍ଟ ପ୍ରତି ରହିଛି । ତେବେ ଏନ୍‌ଡିଏ ପାଇଁ ୧୧ଟି ଆସନ ମଧ୍ୟରୁ ୧୦ଟି ଜିତିବା ସହଜସାଧ୍ୟ । ମାତ୍ର ଯଦି କ୍ରସ ଭୋଟିଂ ହୁଏ ତେବେ ମହାବିକାଶ ଅଗାଡ଼ି (ଏମ୍‌ଭିଏ) ମେଣ୍ଟ (କଂଗ୍ରେସ-ଏନ୍‌ସିପି (ଶରଦ ପୱାର)-ଶିବସେନା (ଉଦ୍ଧବ ଠାକ୍‌ରେ) ପ୍ରାର୍ଥୀ ଜିତିଯିବେ । ଶରଦ ପାୱାରଙ୍କ ପାଖେ ୧୨ ବିଧାୟକ ଥିବା ବେଳେ ଉଦ୍ଧବ ଠାକରେଙ୍କ ପାଖରେ ୧୬ଜଣ ବିଧାୟକ ଏବଂ କଂଗ୍ରେସରେ ୩୮ ଜଣ ବିଧାୟକ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking