ନୂଆଦିଲ୍ଲୀ: ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡରେ କିଏ ହାତେଇବ ଶାସନ ଗାଦି, କାହା ମୁଣ୍ଡରେ ହାତୀ ଢାଳିବ ସୁନା କଳସ ତାହା କାଲି ସ୍ପଷ୍ଟ ହେବ । କାରଣ ଉଭୟ ରାଜ୍ୟରେ କାଲି ବିଧାନସଭା ନିର୍ବାଚନର ଫଳାଫଳ ଆସିବ। ଏଥିପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ ପହଞ୍ଚିଛି । ମହାରାଷ୍ଟ୍ରର ୨୮୮ ଆସନ ଭୋଟ୍ ଗ୍ରହଣ ହୋଇଥିବା ବେଳେ ଝାଡଖଣ୍ଡର ୮୧ ଆସନ ପାଇଁ ଦୁଇଟି ପର୍ୟ୍ୟାୟରେ ମତଦାନ କରିଛନ୍ତି ଭୋଟର । ମହାରାଷ୍ଟ୍ରରେ ମରାଠି ଅସ୍ମିତା ବନାମ ଧର୍ମ ଯୁଦ୍ଧକୁ ନେଇ ନିର୍ବାଚନ ଲଢାଯାଇଥିବା ବେଳେ ଝାଡ଼ଖଣ୍ଡରେ ଆଦିବାସୀଙ୍କ ହକ, ଅନୁପ୍ରବେଶକୁ ମୁଦ୍ଦା କରି ନିର୍ବାଚନ ଲଢିଥିବା ନେତା ନିର୍ବାଚନୀ ବୈତରଣୀ ପାର୍ ହେବାକୁ ଚାହିଁ ରହିଛନ୍ତି ।