21.1 C
Bhubaneswar
Thursday, February 5, 2026
Homeଓଡିଶାଡାଇନିଂ ଟେବୁଲ୍‌ରେ ମହାପ୍ରସାଦ ସେବନ

ଡାଇନିଂ ଟେବୁଲ୍‌ରେ ମହାପ୍ରସାଦ ସେବନ

-ଭକ୍ତ, ସେବାୟତଙ୍କ ମହଲରେ ନିନ୍ଦା
– ଏପରି କାର୍ଯ୍ୟ ପରମ୍ପରା ବିରୋଧୀ: ଶ୍ରୀମନ୍ଦିର ପ୍ରଶାସନ

ପୁରୀ: ପୁରୀର ଏକ ହୋଟେଲ୍‌ରେ କିଛି ବ୍ୟକ୍ତି ଡାଇନିଂ ଟେବୁଲ୍‌ରେ ମହାପ୍ରସାଦ ସେବନ କରୁଥିବା ଚିତ୍ର ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବା ଶ୍ରୀମନ୍ଦିର ପ୍ରଶାସନର ନଜରକୁ ଆସିଛି। ଜୋତା ଏବଂ ଚପଲ ପିନ୍ଧି ସେମାନେ ଡାଇନିଂ ଟେବୁଲ୍‌ରେ ମହାପ୍ରସାଦ ସେବନ କରୁଥିବା ଭିଡିଓ ମନ୍ଦିର ସେବାୟତ ଏବଂ ଅଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟିକରିଛି। ଏହି ଚିତ୍ରକୁ ନେଇ ଶ୍ରୀଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି। ଏ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ମହାପ୍ରଭୁଙ୍କ ଦିବ୍ୟ ମହାପ୍ରସାଦ ଅନ୍ନବ୍ରହ୍ମ ରୂପେ ପୂଜିତ। ଭୂମିରେ ବସି ମହାପ୍ରସାଦ ସେବନର ବିଧି ପରମ୍ପରା ଅନାଦି କାଳରୁ ରହିଆସିଛି। ତେଣୁ ଏଭଳି ଡାଇନିଂ ଟେବୁଲ୍‌ରେ ମହାପ୍ରସାଦ ସେବନ କରିବା ଭଳି ପରମ୍ପରା ବିରୋଧୀ କାର୍ଯ୍ୟରୁ ବିରତ ରହିବାକୁ ସମସ୍ତ ଭକ୍ତ ସମାଜକୁ ବିନମ୍ର ନିବେଦନ କରାଯାଉଛି। ଏହା ସହିତ ହୋଟେଲ୍‌ଗୁଡ଼ିକ ମଧ୍ୟ ଏଥିପାଇଁ ଦୃଷ୍ଟିଦେବା ସହ ନିଜ ଅତିଥିଙ୍କୁ ଏଭଳି କାର୍ଯ୍ୟରୁ ବିରତ ରହିବାକୁ ସଚେତନ କରାଇବାକୁ ଟ୍ୱିଟ୍‌କରି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ନିବେଦନ କରିଛି। ପ୍ରକାଶଯୋଗ୍ୟ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନକଲେ ଯେତିକି ପୁଣ୍ୟ ମିଳେ ମହାପ୍ରସାଦ ସେବନରେ ସେତିକି ପୁଣ୍ୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking